ଫିରିଙ୍ଗୀ
ଫିରିଙ୍ଗୀ
ଉଚ୍ଚାରଣ
[ସମ୍ପାଦନା][ଫିର(ରି)ଙ୍ଗିଆଣୀ—ସ୍ତ୍ରୀ]
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - ପୁଂ. (ଇଂରାଜୀ - ଫ୍ରାଙ୍କ)
[ସମ୍ପାଦନା]- ୧. ଇଉରୋପୀୟ ବ୍ୟକ୍ତି; ସାହେବ —୧. European.
- ୨. କଳା ସାହେବ; ଇଉରୋପୀୟ ପୁରୁଷଙ୍କ ଔରସରେ ଭାରତୀୟା ସ୍ତ୍ରୀ ଗର୍ଭଜାତ ସନ୍ତାନ ଓ ସେମାନଙ୍କର ବଂଶଧର; ବର୍ଣ୍ଣଙ୍କର ଜାତିବିଶେଷ — ୨. Eurasian; Anglo Indian; (specially Indo—Portugese).
[ଦ୍ରଷ୍ଟବ୍ୟ —ପ୍ରାଚୀନ ସଂସ୍କୃତରେ ପିରଙ୍ଗ ଶବ୍ଦ ଦେଖାଯାଏ ନାହିଁ, କିନ୍ତୁ ଖ୍ରୀ୧୬: ସାଲ ପରେ ରଚିତ ବୈଦ୍ୟକ ଗ୍ରନ୍ଥ (ଯତା—ଭାବ ପ୍ରକାଶ), ଜ୍ୟୋତିଷ ଗ୍ରନ୍ଥ (ଯଥା— ସୂର୍ଯ୍ୟସିଦ୍ଧାନ୍ତ) ଓ ପାକରାଜ ଗ୍ରନ୍ଥାଦିରେ ଏ ଫିରଙ୍ଗ ଶବ୍ଦ ବ୍ୟବହୃତ ହେଇଅଛି ପ୍ରଥମେ ପର୍ତ୍ତୂଗୀଜ୍ ଦସ୍ୟୁମାନେ ବଙ୍ଗୋପ କୂଳରେ ଆସି ସେଠାରେ କେତେକ ଦେଶୀୟ ସ୍ତ୍ରୀଲୋକଙ୍କୁ ଘେନି ବାସ କରି ରହିଲେ ତତ୍ ପରେ ମୋଗଲ ବାଦସାହାଙ୍କ ଅମଳରେ ଅନେକ ଇଉରୋପୀ.ୟ ଆସି ମୋଗଲ ମାନଙ୍କ ନିକଟରେ ଚାକିରି କରିଥିଲେ ଭାରତରେ ଇଂରାଜମାନେ ଅଧିକାରୀ ହେବା ପରେ କ୍ରମଶଃ ସାହେବ ମାନେ ମଧ୍ୟ ଏ ଦେଶକୁ ଆସିଲେ ଏହିମାନଙ୍କ ଔରସରେ ଦେଶୀୟ ସ୍ତ୍ରୀ ମାନଙ୍କ ଗର୍ଭରେ ଯେଉଁ ସନ୍ତାନ ମାନେ ଜନ୍ମିଥିଲେ ସେହିମାନଙ୍କ ବଂଶଧର— ମାନଙ୍କୁ ଫିରିଙ୍ଗୀ ବୋଲାଯାଏ ଭାରତରେ ସମୁଦ୍ର କୂଳବର୍ତ୍ତୀ ସ୍ଥାନ (ଯଥା—ମାନ୍ଦ୍ରାଜ, ନୂଆଖାଲି, ତଟ୍ଟିଗ୍ରାମ, ବାଖରଗଞ୍ଜ)ରେ ଅନେକ ଫିରିଙ୍ଗୀ ଥିଲେ ଓ ଅଛନ୍ତି ଓ ଏମାନଅଙକ ମଧ୍ୟରୁ ଅଧିକାଂଶ ପୂର୍ବପୁରୁଷ ପର୍ତ୍ତୂଗୀଜ୍ ଥିଲେ
ଜ୍ୟୋତିଷକ ଗ୍ରନ୍ଥ ସୂର୍ଯ୍ୟସିଦ୍ଧାନ୍ତର ଟୀକାକାର ରଙ୍ଗନାଥ ଲେଖିଅଛନ୍ତି ଯେ ସ୍ୱୟଂବହ ଯନ୍ତ୍ର (ସମୟ ନିର୍ଦ୍ଦେଶକ ଘଣ୍ଟା;ଯାହାକି ପ୍ରଥମେ ଭାରତବାସୀମାନେ ଆବିଶଷ୍କାର କରିଥିଲେ) ସମ୍ୱନ୍ଧୀୟ ବିଦ୍ୟାରେ ସୁଦ୍ରାନ୍ତନିବାସୀ ଫିରଙ୍ଗ ଜାତୀୟ ବ୍ୟକ୍ତିମାନେ ସମ୍ୟକ୍ ଅଭ୍ୟସ୍ତ ପାକରାଜ ଗ୍ରନ୍ଥରେ 'ଫିରଙ୍ଗ ରୋଟି' ଅର୍ଥାତ୍ ପାଉଁରୋଟା ବର୍ଣ୍ଣିତ ହେଇଅଛି'ଭାବ ପ୍ରକାଶ' ଗ୍ରନ୍ଥର ରଚିୟତା ଭାବ ମିଶ୍ରଙ୍କ ଘର ଉତ୍ତରପଶ୍ଚିମ ଭାରତରେ ଥିଲା ସେ ସମୟରେ ଅର୍ଥାତ୍ ୪ ବର୍ଷ ପୂର୍ବେ ସେ ଅଞ୍ଚଳ ପର୍ଯ୍ୟନ୍ତ ଫିରଙ୍ଗ ରୋଗ (ଉପଦେଶ) ବ୍ୟାପିଥିବାର ଅନୁମତି ହୁଏ ନୂଆଖାଲି, ଚଟ୍ଟଗ୍ରାମ ଆଦି ଅଞ୍ଚଳରେ ସ୍ତ୍ରୀମାନେ 'ଫିରଙ୍ଗ ଲୋଟନ୍' ବା 'ଫିରୀଙ୍ଗି ଖୋଁପା' ଅର୍ଥାତ୍ ଫିରିଙ୍ଗିଆଣୀମାନେ ବାନ୍ଧିଲା ପରି ବେଣୀ ପକାଇ ଲୋଟଣି ଜୂଡ଼ା ଅଦ୍ୟାବଧି ବାନ୍ଧନ୍ତି
ଫିରିଙ୍ଗୀ ମାନେ କ୍ରମଶଃ ସାହେବ ନାମରେ ପରିଚିତ ହେଉ ଅଛନ୍ତି ଫିରିଙ୍ଗୀ ନାମରେ ଡ଼ାକିଲେ ଏମାନଙ୍କୁ ଅପମାନ ବୋଧହୁଏ ଏମାନେ ଭାରତବାସୀମାନଙ୍କ ସଙ୍ଗେ ନ ମିଶି ଇଉରୋପୀୟ ଚାଲି— ଚଲଣ ଅନୁକରଣ କରନ୍ତି; କିନ୍ତୁ ରାଜନୀତିକ ସୁବିଧା ପାଇଁ ଭାରତବାସୀମାନଙ୍କ ସଙ୍ଗେ ସମାନ ଅଧିକାର ଦାବି କରନ୍ତି]