ଫୁଙ୍କ
ଦେଖଣା
ଫୁଙ୍କ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଫୁଙ୍କା—ଅନ୍ୟରୂପ)
୧ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫୁତ୍କାର)
[ସମ୍ପାଦନା]ଦୁଇ ଓଠ ପବନ ବାହାର କରିବା ପ୍ରକ୍ରିୟା —୧. The act of blowing wind through the lips.
- ୨. ବଣିଆମାନେ ନଳଦ୍ୱାରା ନିଆଁକୁ ପବନ ଯୋଗାଇବା —୨. The act of blowing up a fire with a pipe.
- ୩. ଦେହନ କାଳରେ ସଦ୍ୟଃ ପ୍ରସୂତା ଗାଈମାନଙ୍କ ଦୁଷ୍ଟାମିଙ୍କୁ ନିବାରଣ କରିବା ପାଇଁ ସେମାନଙ୍କ ପ୍ରସବରନ୍ଧ୍ରରେ ମୁହ ଦେଇ ପେଟରେ ପବନ ପୁରାଇବା କ୍ରିୟା; ଗାଈ ଧରା — ୩. Phooka; the process of blowing through the female organ of a newly delivered cow.
- ୪. କଞ୍ଚା କଦଳୀକୁ ଧୁଆଁଦ୍ୱାରା ଶୀଘ୍ର ପଚାଇବା ରୀତିବିଶେଷ — ୪. A process of ripening green plantains by blowing hot smoke into them.
[ଦ୍ରଷ୍ଟବ୍ୟ —କଞ୍ଚା ପାକଳ କଦଳୀକୁ କୁଟା ଆଦିରେ ପୂର୍ଣ୍ଣ ଗୋଟିଏ ମାଠିଆ ବା ହାଣ୍ଡିରେ ବା ଗର୍ତ୍ତରେ ପୂରାଇ ତହିଁରେ ଗୋଟିଏ ମାତ୍ର ଛିଦ୍ର ରଖି ସେ କୁଟାରେ ନିଆଁ ଦେଇ ଫୁଙ୍କିବାକୁ ହୁଏ; ତାହା ହେଲେ କଞ୍ଚା କଦଳୀ ଧୁଆଁ ବାଜି ଶୀଘ୍ର ପାଚିଯାଏ]