ଫୁଲ

ଉଇକିଅଭିଧାନ‌ରୁ

ଫୁଲ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(file)
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଫୁଲ୍ଲ ଧାତୁ=ପ୍ରସ୍ଫୁଟିତ ହେବା)[ସମ୍ପାଦନା]

୧. ପୁଷ୍ପ; ପ୍ରସୃନ; କୁସୁମ;ସୁମନ —୧. Flower.

[ଦ୍ରଷ୍ଟବ୍ୟ — ବୃକ୍ଷଲତାଦିର ଯେଉଁ ଗ୍ରନ୍ଥି-କୋଶରୁ ଫଳ ଉତ୍ପନ୍ନ ହୁଏ ସେହି ପ୍ରସ୍ଫୁଟିତ ଗ୍ରନ୍ଥିକୁ ଫୁଲ ବୋଲାଯାଏ; ଫୁଲକୁ ଉଦ୍ଭିଦର ଜନନେନ୍ଦ୍ରିୟ ବୋଲାଯାଇ ପାରେ; ସାଧାରଣତଃ ଫୁଲକୁ ୫ ଭାଗରେ ବିଭକ୍ତ କରାଯାଇ ପାରେ;—୧. କଟରା ବା ବହିଃପାତ୍ର, ୨. ହରିତ୍ପୁଟ, ୩. ଦଳ ବା ପାଖୁଡ଼ା, ୪. ଗର୍ଭକେଶର, ୫. ପରାଗ କେଶର

ନାଡ଼ ବା ଡେମ୍ଫ ଗଛର ଶାଖାରୁ ବାହାରେ; ଡେମ୍ଫର ଅଗ ଚଉଡ଼ା ହୋଇ ପ୍ରଥମେ ଗୋଟିଏ ଭୁଣ୍ଡି ବାହାରେ; ସେହି ଭୁଣ୍ଡିଟି କଢ଼ ଅଟେ ସେହି ଭୁଣ୍ଡିଟି ଗୋଟିଏ ପାତ୍ର (୧ କଟରା) ପରି ଦେଖାଯାଏ ଓ ତହିଁରେ ସାଗୁଆ ବର୍ଣ୍ଣର ଆବରଣ ପତ୍ର (୨ ହରିତ୍ପୁଟ) ଥାଏ; ସେହି ପୁଟ ମଧ୍ୟରେ କଢ଼ି (କଳିକା) ରୂପେ ଭାବୀ ଫୁଲ ବନ୍ଦ ହୋଇ ରହିଥାଏ; ଏହି ପୁଟ ମଧ୍ୟରେ ଥିବା ଭୁଣ୍ଡି ଆକାରର ମଧ୍ୟାଂଶର ଚାରିକଡ଼ରୁ ପାଖୁଡ଼ା ବାହାରେ । ସାଧାରଣତଃ, ଫୁଲର ପାଖୁଡ଼ା ଦେଖିବାକୁ ସୁନ୍ଦର ଓ ସୁବାସଯୁକ୍ତ; ଫୁଲର ପ୍ରଧାନ ବସ୍ତୁ ମଧ୍ୟାଂଶ, ଯହିଁରେ ପରାଗକେଶର ଓ ଗର୍ଭକେଶର ଥାଏ; ପରାଗକେଶରର ଅଗରେ ପରାଗ ବା ଧୂଳି ଥାଏ, ଏହି ପରାଗ— କେଶରହିଁ ବୃକ୍ଷର ପୁଂଜନନେନ୍ଦ୍ରିୟ ଗର୍ଭକେଶର ଗଭୀର, ଏହା ସ୍ତ୍ରୀ ଜନନେନ୍ଦ୍ରିୟ ପରାଗକେଶରରୁ ପରାଗ ଝଡ଼ି ଗର୍ଭକେଶରରେ ପଡ଼ିଲେ ଫୁଲ ଗର୍ଭବତୀ ହୁଏ ଓ ତହିଁରୁ ଫଳ ଜାତ ହୁଏ । କେତେକ ବୃକ୍ଷରେ କେବଳ ଗର୍ଭକେଶର ଯୁକ୍ତ ସ୍ତ୍ରୀ—ଫୁଲ ଓ କେବଳ ପରାଗ— କେଶର ଯୁକ୍ତ ପୁରୁଷ—ଫୁଲ ପୃଥକ୍ ହୋଇ ଫୁଟେ (ଯଥା—କାକୁଡ଼ି, କଖାରୁ, ଜହ୍ନି, ଲାଉ); ପବନଦ୍ୱାରା ପରାଗକେଶର ଉଡ଼ି ଯାଇ ଗର୍ଭକେଶରରେ ପଡ଼େ । କେତେକ ଜାତୀୟ ବୃକ୍ଷ ଅଣ୍ଡିରା ଗଛ ଓ ମାଈ ଗଛ ପୃଥକ୍ (ଯଥା—ତାଳ); କେତେକ ଗଛରେ ଏକ ଫୁଲରେ ପରାଗକେଶର ଓ ଗର୍ଭକେଶର ଦୁହେଁ ଏକତ୍ର ଥାଆନ୍ତି କେତେକ ଫୁଲ ଗୋଟିକିଆ ଫୁଟେ, କେତେକ ଫୁଲ ପେନ୍ଥା ବା ଗୁଚ୍ଛ ହୋଇ ଫୁଟେ । ଗୁଚ୍ଛଯୁକ୍ତ ଫୁଲକୁ ମଞ୍ଜରୀ କହନ୍ତି । ଫୁଲକୁ ଲୋକେ ଭୂଷଣ ଓ ସୁଗନ୍ଧ ଦ୍ରବ୍ୟରୂପେ ବ୍ୟବହାର କରନ୍ତି । ଫୁଲର ନିର୍ଯ୍ୟାସ ବା ସାରରୁ ସୁବାସିତ ଅତର, ଅର୍କ ଓ ତୈଳାଦି ପ୍ରସ୍ତୁତ ହୁଏ । ସୁକୁମାରତା, କୋମଳତା ଓ ସୌନ୍ଦର୍ଯ୍ୟ ପାଇଁ ଫୁଲ ପ୍ରସିଦ୍ଧ— ହିନ୍ଦୀ-ଶବ୍ଦସାଗର]

୨. ଫୁଲ ପରି ହାଲୁକା ବା କୋମଳ ପଦାର୍ଥ — ୨. Anything as light or delicate as a flower.

[ଉଦାହରଣ: ଫୁଲ ପରା କରି ଟେକି ଧରିଥିଲ, କଚାଡ଼ି ପକାଇଲ —ଢଗ]

୩. ଫୁଲ ଆକାରରେ ଅଙ୍କିତ ଚିତ୍ର ବା କାରୁକାର୍ଯ୍ୟ — ୩. Drawings or paintings of figures like flowers; floral designs.
୪. ଜରାୟୁ ମଧ୍ୟସ୍ଥ ଭ୍ରୂଣର ନାଭିସଙ୍ଗେ ସଂଯୁକ୍ତ ପୁଷ୍ପାକୃତି ମାଂସ— ପିଣ୍ଡ; ପରିସ୍ରବ —୪. The placenta.
୫. ଗଞ୍ଜପା ଖେଳର ତାସ୍‌ରେ ବୋଳାଯିବା ପାଇଁ ଗନ୍ଧକ ଓ ହିଙ୍ଗୁଳ ବାଟି କଇଥ ଅଠାଦ୍ୱାରା ପ୍ରସ୍ତୁତ କରାଯିବା ଏକପ୍ରକାର ରଙ୍ଗ —୫. A yellow paint used in painting the cards pf the 'Gan̄japā' game.
୬. ରାସାୟନିକ ପ୍ରକ୍ରିୟାରେ ପ୍ରସ୍ତୁତ ଦାନା —୬. Crystals.

(ଯଥା— ପିପରମେଣ୍ଟ୍‌ ଫୁଲ)

୭. ସ୍ତ୍ରୀରଜଃ; ଋତୁ ସ୍ରାବ —୭. The menstrual flux.
୮. ମାଛର ଗାଲସି —୮. The gills of fish.
୯. ଫୁଲ ଆକାରର ଅଳଙ୍କାର — ୯. Ornaments shaped like a flower.

(ଯଥା— କାନଫୁଲ; ନାକଫୁଲ)

୧୦. ଦୀପର ବତିର ଦେହରେ ବା ଜଳୁଥିବା ଚୁଲି ଉପରେ ବସାଯାଇଥିବା ହାଣ୍ଡି ତଳେ ସମୟେ ସମୟେ ଦେଖାଯିବା ଅଗ୍ନିସ୍ଫୁଲିଙ୍ଗ —୧୦. Burning sparks appearing sometimes on the wick or below earthen cooking pots while put on a flaming fire.

[ଦ୍ରଷ୍ଟବ୍ୟ — ଏହି ଶବ୍ଦ ଅନ୍ୟ ଶବ୍ଦର ପୂର୍ବରେ ମିଶିଲେ ଫୁଲର 'ଲ' ଅକ୍ଷରର ହଳନ୍ତ ଉଚ୍ଚାରଣ ବା 'ଲୁ' ଉଚ୍ଚାରଣ ଶୁଣାଯାଏ; ଯଥା— ଫୁଲ୍‌ଝରୀ, ଫୁଲୁଝରୀ]

୧୧. (ସ୍ତ୍ରୀ) ସ୍ତ୍ରୀଲୋକଙ୍କ ନାମ — ୧୧. A name given to females.

ବିଶେଷଣ - (ଲକ୍ଷଣାର୍ଥ)[ସମ୍ପାଦନା]

ଫୁଲ ପରି ହାଲୁକା; ଖୁବ୍ ହାଲୁକା — (figurative) Very light (like a flower).

[ଦ୍ରଷ୍ଟବ୍ୟ — ଖୁବ୍ ଉଶ୍ୱାସିଆ ଓ ସୁକୁମାର ବସ୍ତୁକୁ ଲୋକେ ଫୁଲ ସଙ୍ଗେ ତୁଳନା କରନ୍ତି ଯଥା— 'ଏ ଲୁଗା ଖଣ୍ଡି ଫୁଲ ପରି ଲାଗୁଛି', ଅର୍ଥାତ୍ ଖୁବ୍ ହାଲୁକା ହୋଇଅଛି କୌଣସି ବ୍ୟକ୍ତିକୁ ବା ବସ୍ତୁକୁ ଆଦର ବା କୋମଳ ବ୍ୟବହାର କରୁଥିବା ବ୍ୟକ୍ତିକୁ ଲୋକେ କଥା ପ୍ରସଙ୍ଗରେ 'ସେ ଅମୁକ ବ୍ୟକ୍ତିକୁ ବା ବସ୍ତୁକୁ ଫୁଲ ପରା କରି ଟେକି ଧରିଛି' ବୋଲି କହନ୍ତି]