ଫେଡ଼ିବା
ଦେଖଣା
ଫେଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ସ୍ଫୁଟ; ସ୍ଫିଟ୍ ବା ଫିଟ୍ ଧାତୁ ଣିଚ୍ ବା ଫେଟ୍ ଧାତୁ)
[ସମ୍ପାଦନା]- ୧. ଦୂର କରିବା —୧. To remove.
ଫେଡନ୍ତୁ ତୋ କଷ୍ଟ ସୁଖ ଦେଇ ଅଷ୍ଟ— ଶ୍ରୁତି ଏ ଆମ୍ଭ ବାଞ୍ଚିତ କବିସୂର୍ଯ୍ୟ. କିଶୋରୀଚମ୍ଫୂ. ଫ. ଗୀତ
- ୨. ବିୟୋଗ କରିବା; ଏକ ରାଶିରୁ ଏନ୍ୟ ରାଶିକୁ ବାଦ୍ ଦେବା — ୨. To subtract.
- ୩. ଫେଇବା; ଫିଟାଇବା; ଖୋଲିବା — ୩. To open.
ଫେଡୁ ମୁଁ ନୀବିବନ୍ଧନ, ଧନ ଭଞ୍ଜ. ପ୍ରେମସୁଧାନିଧି
- ୪. ମୁକ୍ତ କରିବା — ୪. To liberate; to release.
- ୫. ମୋକ୍ଷଣ କରିବା; ତ୍ୟାଗ କରିବା —୫. To give up.
- ୬. ଲାଘବ କରିବା; ମୋଚନ କରିବା — ୬. To lessen; to relieve.
ଆହେ କୃଷ୍ଣ ! ଆର୍ତ୍ତକ୍ରାଣ ତୁମ୍ଭେ ହୋଇ ଏ ଆରତ ଆମ୍ଭର ଫେଡିଲ ତ ନାହିଁ କୃଷ୍ଣସିଂହ. ମହାଭାରତ ସଭା
- ୭. (ହୃଦ୍ଗତ ଭାବକୁ) ସ୍ପଷ୍ଟ ରୂପେ ପ୍ରକାଶ କରିବା — ୭. To speak out plainly of frankly; to express.
କୁମୁଦୁନୀ ହୃଦ ଫେଡ଼େ ବିଶ୍ୱବନ୍ଦ୍ୟା ଚନ୍ଦ କା ସୁନ୍ଦରୀପାଶେ ରାଧାନାଥ ପାର୍ବତୀ
- ୮. ଅନ୍ତର୍ଦୃଷ୍ଟିର ପ୍ରୟୋଗରେ ଜାଣିବା — ୮. To know by insight or instinct.
କିଏ ଦେଖିଅଛି ଫେଡ଼ି ଭବିତବ୍ୟ ରାଧାନାଥ. ନନ୍ଦିକେଶ୍ୱରୀ