ଫେରେଇବା
ଦେଖଣା
ଫେରେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ପ୍ରତ୍ୟାବର୍ତ୍ତନ; ପ୍ରେରଣ)
[ସମ୍ପାଦନା](ଫେରିବା କ୍ରିୟାର ଣିଜନ୍ତ ରୂପ — The causative form og 'Pherinā')
- ୧. ପ୍ରତ୍ୟାବର୍ତ୍ତିତ କରାଇବା; ବାହୁଡ଼ାଇବା — ୧. To cause to return.
(ଯଥା—ମୁଁ ପୁରୀଠାରୁ ତାଙ୍କୁ ଫେରାଇଲି)
- ୨. (ସଂସ୍କୃତ - ପରିବର୍ତ୍ତନ) ପରିବର୍ତ୍ତନ ନ କରିବା; ବଦଳାଇବା — ୨. To change.
(ଯଥା— ସେ ଦୁଇ ଚାରି କଥା କହି ତାଙ୍କ ମନ ଫେରାଇ ଦେଲା)
- ୩. (ସଂସ୍କୃତ - ପ୍ରତ୍ୟର୍ପଣ) ପ୍ରତ୍ୟର୍ପଣ କରିବା; ଫେରସ୍ତ ଦେବା; ବାପସ୍ ଦେବା —୩. To give back; to return a thing.
(ଯଥା— ସେ ମୋ ବେଭାର ଫେରାଇଲେ)
- ୪. ବଦଳା ବଦଳି କରିବା; ବିନିମୟ କରିବା — ୪. To barter; to exchange.
(ଯଥା—ସୁତାଲୁଗା ଫେରାଇ ମତେ ପାଟ ଲୁଗା ଦିଅ)
- ୫. ଇତସ୍ତତଃ ଚାଳନ କରିବା; ବୁଲାଇବା; ଇତସ୍ତତଃ ଗତି କରାଇବା —୫. To cause to walk; to cause to move.
(ଫେରାଇ ଦେବା—ଅନ୍ୟରୂପ)
(ଯଥା— ସହିସ ସକାଳୁ ଘୋଡ଼ାକୁ ଫେରାଇବାକୁ ନେଇଛି)
- ୬. ଘୂର୍ଣ୍ଣନ କରାଇବା; ଘୂରାଇବା —୬. To cause to rotate or revolve; to turn round.
- ୭. ଓଲଟାଇବା —୭. To upset.
(ଯଥା—ନିମ୍ନ ଅଦାଲତଙ୍କ ହୁକୁମ ଫେରାଇବା ସହଜ ନୁହେଁ)
- ୮. ବିପରୀତ ଦିଗକୁ ଗତି କରାଇବା —୮. To cause to move in an opposite direction.
(ଯଥା— ମୋ କଥା ଶୁଣି ସେ ମୁହଁ ଫେରାଇଲେ)
- ୯. (ଝଡ଼ା) ଫେରିବାର ସୁବିଧା କରିବା — ୯. To cause to pass (stools.)
(ଯଥା—ମା ଶିଶୁକୁ ଝାଡ଼ା ଫେରାଉ ଅଛନ୍ତି)