Jump to content

ବକ୍ରୋକ୍ତି

ଉଇକିଅଭିଧାନ‌ରୁ

ବକ୍ରୋକ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(କର୍ମଧା; ବକ୍ର+ଉକ୍ତି)

[ସମ୍ପାଦନା]
୧. ଦୁଇଅର୍ଥବୋଧକ କଥା —୧. An equivoke.
୨. ଶ୍ଲେଷ ବକ୍ୟ —୨. A pun.
୩. କୁଟବାକ୍ୟ ବା ଉତ୍ତର —୩. Evasive reply.
୪. ଶ୍ଲେଷାଳଙ୍କାରବିଶେଷ; ଶ୍ଲେଷବାକ୍ୟ — ୪. (rhetoric) Punning.

[ଦ୍ରଷ୍ଟବ୍ୟ —ଜଣକର ଏକାର୍ଥରେ ପ୍ରଯୁକ୍ତ ଶବ୍ଦକୁ ଅନ୍ୟ ଜଣେ ଯେବେ ଭିନ୍ନ ଅର୍ଥେରେ ଗ୍ରହଣ କରେ ତାହାହେଲେ ବକ୍ରୋକ୍ତି ଅଳଙ୍କାର ହୁଏ ଏହା ଦୁଇପ୍ରକାର, ଯଥା—ଶ୍ଲେଷ ବକ୍ରୋକ୍ତି ଓ କାକୁ ବକ୍ରୋକ୍ତି ଶ୍ଲେଷ ବକ୍ରୋକ୍ତିରେ ବକ୍ତା ଏକ ଅର୍ଥରେ ଯେଉଁ ଶବ୍ଦ ବା ବାକ୍ୟ ପ୍ରୟୋଗ କରି ଥାଏ, ଅନ୍ୟ ଲୋକ ତାକୁ ଭିନ୍ନ ଅର୍ଥରେ ଗ୍ରହଣ କରେ କାକୁ ବକ୍ରୋକ୍ତି ବକ୍ତାର କଣ୍ଠସ୍ୱରକୁ ବା ବଚନଭଙ୍ଗୀକୁ ଅନ୍ୟ ଭାବରେ ଗ୍ରହଣ କରାଯାଏ

ଶ୍ଲେଷବକ୍ରୋକ୍ତିର ଉଦାହରଣ ଯଥା— ପ୍ରଶ୍ନ—ବାରୁଣୀ ଆଶାରେ— ରଜନୀ ମୁଖରେ ଆସୁଅଛି କିଏ ଭାଇ, ପଥ ଦିଶୁ ନାହିଁ— ଅନ୍ଧ ମୁଁ ଅଟଇ ବାଟେ ଅଟକାଅ ନାହିଁ ଉତ୍ତର—କିଏରେ ଅଜ୍ଞାନ ମଦ୍ୟପ ଦୁର୍ଜନ ! ନିଜପରି କି ଜଗତ, ମଣୁଅଛୁ ତୁହି—ମଦେ ଅନ୍ଧ ହୋଇ ସମସ୍ତଙ୍କ ଅନ୍ଧବତ? କାକୁ ବେକ୍ରୋକ୍ତି ଉଦାହରଣ ଯଥା— ନାହିଁ ଏ ଭାରତେ ବିଦ୍ୟାର ବିଳାସ? ନାହିଁ ଏ ଭାରତେ ଶୌର୍ଯ୍ୟର ପ୍ରକାଶ? କୁଳମଣି—ଅଲଙ୍କାର ତରଙ୍ଗିଣୀ]