ବଖରା
ଦେଖଣା
ବଖରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ପକ୍ଷାଗାର)
[ସମ୍ପାଦନା]ଗୃହ ମଧ୍ୟସ୍ଥ ପ୍ରକୋଷ୍ଠ; ନର୍ଦ୍ଦିଷ୍ଟ ପରିମାଣବିଶିଷ୍ଟ କୋଠରି —Room; compartment; room of standard dimensions.
ତା ପଛେ ବେଶି ଉଚ୍ଚେ ଥିବା ବଖରାମାନ ଶ୍ରେଷ୍ଠତାନୁରୂପେ ନାରୀ ସମୂହର ସ୍ଥାନ ତୁଳସୀ, ବିକ୍ରମରାମାୟଣ ଆଦି
[ଦ୍ରଷ୍ଟବ୍ୟ —ବଖରାର ଲମ୍ୱ ଓ ଚଉଡ଼ାର ଭିନ୍ନ ଭିନ୍ନ ପରିମାଣ ଅଛି ଏକ ବଖରାର ଲମ୍ୱ ୫ ହାତ, ୭ ହାତ ବା ୯ ହାତ ହୋଇଥାଏ ବଖରା ଓ କୋଠରୀ ମଧ୍ୟରେ ପ୍ରଭେଦ ଏହି କି, ଦୈର୍ଘ୍ୟ ଓ ପ୍ରସ୍ଥ ଅନୁସାରେ ବଖରା ଧରାଯାଏ; କୋଠରୀ ସଂଖ୍ୟା ଅନୁସାରେ ଧରାଯାଏ ଗୋଟିଏ ଲମ୍ୱ କୋଠରିରେ ପରିମାଣ ଏକାଦିକ ବଖରା ହୋଇ ପାରେ, କିମ୍ୱା ଏକ ବଖରାର ପରିମାଣଠାରୁ ଛୋଟ ହୋଇପାରେ; ଓ ମଧ୍ୟ ବଖରାକ ସୀମାମଧ୍ୟରେ ଏକ ଧିକ ଛୋଟ କୋଠରୀ ରହିପାରେ]
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ବଖରା)
[ସମ୍ପାଦନା]- ୧. ଅଂଶ; ଭାଗ — ୧. Share.
- ୨. ଅଂଶୀଦାର କାରବାର — ୨. Partnership concern.
- ୩. ବାଣ୍ଟ; ବଣ୍ଟରା —୩. Partition.
- ୪. କୃଷି କାର୍ଯ୍ୟରେ ଦୁଇଜଣଙ୍କ ମଧ୍ୟରେ ବାଗ କରି କାମ କରିବା ଓ ଫଳ ବାଣ୍ଟି ନେବା; କୃଷିକାର୍ଯ୍ୟରେ ଭାଗଦାରି — ୪. The system of division of labour and produce in agriculture.
[ଦ୍ରଷ୍ଟବ୍ୟ —ଏହି ଅର୍ଥରେ ଭାଗ ଶବ୍ଦ ପରେ ବଖରା ଶବ୍ଦ ସହଚର— ରୂପେ ମଧ୍ୟ ବ୍ୟବହୃତ ହୁଏ]