ବଖାଣ କରିବା
ଦେଖଣା
ବଖାଣ କରିବା
ଉଚ୍ଚାରଣ
[ସମ୍ପାଦନା](ବଖାଣିବା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ବ୍ୟାଖ୍ୟାନ; ପ୍ରା. ବକ୍ଖାଣ; ଫାରାସୀ - ବୟାନ୍)
[ସମ୍ପାଦନା]- ୧. କହିବା —୧. To speak.
ପୁଣି କୃଷ୍ଣ ଆଗରେ ବସିଲେ ବଖାଣି କୃଷ୍ଣସିଂହ. ମହାଭାରତ. ସଭା
- ୨. ବିଶଦ ଭାବରେ କହିବା — ୨. To state plainly and extensively.
ତାହା ମୁଁ ତୁମ୍ଭ ଆଗେ କରୁଛି ବଖାଣ କୃଷ୍ଣସିଂହ. ମହାଭାରତ. ଆଦି
- ୩. ବର୍ଣ୍ଣନା କରିବା —୩. To describe; to narrate.
କେତେ ଇତିହାସ କଥା ବଖାଣିଲେ ମୁନି ମଧୁସୂଦନ. ବାଳ ରାମାୟଣ
- ୪. ପ୍ରାଚାର କରିବା —୪. To proclaim; to publish.
ସେ ଶବଦଟି ଉଚ୍ଚ ହୋଇ ବାହାରିଲା ସ୍ୱର୍ଗପୁରେ ଗୟଙ୍କ କୀର୍ତ୍ତୀ ବଖାଣିଲା କୃଷ୍ଣସିଂହ. ମହାଭାରତ. ବନ