ବଙ୍ଗ
ଦେଖଣା
ବଙ୍ଗ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବନ୍ଗ ଧାତୁ= ଖଞ୍ଜ ଗତି+ଅଧିକରଣ. ଅ)
[ସମ୍ପାଦନା]- ୧. ଧାତୁବିଶେଷ; ରଙ୍ଗ; ଟିଣ — ୧. Tin (metal).
- ୨. ଉତ୍ତର ଭାରତର ପୂର୍ବଦେଶବିଶେଷ — ୨. The Province of Bengal.
[ଦ୍ରଷ୍ଟବ୍ୟ —ବର୍ତ୍ତମାନ ଯାହା ପୂର୍ବବଙ୍ଗ ନାମରେ ଖ୍ୟାତ, ଅର୍ଥାତ ପଦ୍ମାନଦୀର ପୂର୍ବରେ ସ୍ଥିତ ପ୍ରଦେଶ, ପୂର୍ବେ ତାହା 'ବଙ୍ଗ' ଦେଶ ଥିଲା ପଶ୍ଚିମ ବଙ୍ଗକୁ ପୂର୍ବେ 'ଗୌଡ଼ ଓ ରାଢ଼' ଦେଶ କହୁଥିଲେ ବର୍ତ୍ତମାନର ବଙ୍ଗ ପ୍ରଦେଶ ପୂର୍ବକାଳର ବଙ୍ଗ, ରାଢ଼ ଓ ଗୌଡ଼ ଦେଶର ମିଶ୍ରଣ]
- ୩. (ବଂ=ଜଳ, ସମୁଦ୍ର+ଗମ୍ ଧାତୁ=ଗମନ କରିବା+କର୍ତ୍ତୃ, ଅ; ଯେ ଜଳମୟ ସ୍ଥାନରେ ଗତି କରେ)—କେଉଟ; ନୋଳିଆ —୩. Fisherman.
ବିଶେଷଣ -
[ସମ୍ପାଦନା]- ୧. ବଙ୍ଗଦେଶୀୟ —୧. Pertaining to the country of Bengal.
- ୨. ବଙ୍ଗୀୟ; ବଙ୍ଗାଳୀ; ବଙ୍ଗବାସୀ —୨. Bengalee.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଙ୍ଗ ଭସ୍ମ —Oxide of tin.