Jump to content

ବଚ

ଉଇକିଅଭିଧାନ‌ରୁ

ବଚ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଚ୍ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ଶୁକପକ୍ଷୀ —୧. Parrot.
୨. ସୂର୍ଯ୍ୟ (ହିନ୍ଦୀ - ଶ) — ୨. The sun.
୩. (+କର୍ମ. ଅ)—କାରଣ (ହିନ୍ଦୀ - ଶ) — ୩. cause.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କଚୁ ଆଦି ବର୍ଗର ଶାକବିଶେଷ —୧. Acorus Calamus (plant); sweet flag (root).

[ଦ୍ରଷ୍ଟବ୍ୟ —ଏହା ଉତ୍ତରଭାରତ, ବ୍ରହ୍ମଦେଶ ଓ ଦକ୍ଷିଣଭାରତର ପାର୍ବତ୍ୟ ପ୍ରଦେଶରେ ଜନ୍ମେ ଏଥିର ମୂଳ କଟୁ ଓ ଔଷଧରେ ବ୍ୟବହୃତ ହୁଏ ବଚ ଦୁଇ ପ୍ରକାର, ଯଥା—ଅରୁଣ ବର୍ଣ୍ଣ ବଚ ଓ ଶ୍ୱେତ ବଚ ଅରୁଣ ବର୍ଣ୍ଣ ବଚର ସଂସ୍କୃତ - ନାମ ବଚା; ଶ୍ୱେତ ବଚରସଂସ୍କୃତ - ପର୍ଯ୍ୟାୟ—ଶ୍ୱେତ ବଚା, ହୈମବତୀ, ଦୀର୍ଘ ପତ୍ରିକା, ମେଧା (ଦ୍ରବ୍ୟଗୁଣ କଳ୍ପଦ୍ରୁମ) ପାରସ୍ୟ ଦେଶରୁ ଯେଉଁ ବତ ଅସେତାକୁ ବାଳବତ ବା ଘୋଡ଼ା ବଚ କହନ୍ତି]

ବୈଦ୍ୟକ ମତରେ ବତ ବିବନ୍ଧ, ଉପରାଧ୍ମାନ, ଶୂଳ, ଅପସ୍ମାର, କଫ, ଉନ୍ମାଦ, ଭୂତଦୋଷ, କ୍ରିମି ଓ ବାୟୁ ବିନଷ୍ଟ କରେ ଓ ଏହାଦ୍ୱାରା ମଳ ମୂତ୍ର ଶୋଧିତ ହୁଏ ଏହା କଣ୍ଠର ହିତକର ଭାବ ପ୍ରକାଶରେ ବଚ ତିନି ପ୍ରକାର ଲେଖା ହୋଇଅଛି; ୧. ବଚ, ୨. ଖୁରାସାନୀ ବଚ ଓ ୩. ମହାଭରୀ ବଚ ଖୁରାସାନୀ ବଚ ଧଳା ଓ ଈଷତ୍ ମିଷ୍ଟ, ଏହା ଓ ମତି ଓ ମେଧାବର୍ଦ୍ଧକ; ମହାଭରୀ ବଚ କାସ ଓ କଫ ଦୂର କରେ ଓ ମୁଖ ଶୋଧନ କରେ—ହିନ୍ଦୀ - ଶ.]

୨. ବହୁତ କଥାବାର୍ତ୍ତା ବା ପରିଶ୍ରମ କଲେ ମୁହଁରୁ ଯେଉଁ ଫେନଯୁକ୍ତ ନାଳ ବାହାରେ —୨. Froth appearing on the lips on account of too much talking.
୩. ବାକ୍ୟ —୩. Speech.

ବଚ ଶ୍ରେତେ ଗଳେ ସମସ୍ତ ବ୍ୟାଘ୍ର ପତନ ଯନ୍ତାକୁ ଚାହିଁଲା ମତ ଭଞ୍ଜ. ବୈଦେହୀଶବିଳାସ