ବଜ୍ର ଲେପ
ଦେଖଣା
ବଜ୍ର ଲେପ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଚିତ୍ର ଓ ମୂର୍ତ୍ତି ଉପରେ ମଡ଼ାଯିବା ଚିରସ୍ଥାୟୀ ଲେପବିଶେଷ —୧. A permanent layer of paint or colour put on a picture or image.
- ୨. ବାର୍ଣ୍ଣିସ୍ —୨. Varnish.
- ୩. (ଲକ୍ଷଣାର୍ଥ) ଯାହା ଚିରସ୍ଥାୟୀ ରୂପେ କୌଣସି ବସ୍ତୁରେ ସଂଲଗ୍ନ ହୋଇ ରହେ —୨. (figurative) Anything which is attached to athing permanently.
- ୪. ଯେଉଁ ଲେପ ଲିଭେ ନାହିଁ — ୪. An ineffceable plaster.
(ଯଥା—ଅନ୍ୟ କ୍ଷେତ୍ରେ କୃତ ପାପ ଧର୍ମ କ୍ଷେତ୍ରେ ନାଶ ଯାଏ, ଧର୍ମ କ୍ଷେତ୍ରେ କୃତ ପାପ ବଜ୍ର ଲେପ ହୋଇ ରହେ)
[ଦ୍ରଷ୍ଟବ୍ୟ —କଞ୍ଜା କେନ୍ଦୁ, କଞ୍ଚା କଇଁଥ, ସିମିଳି ଫୁଲ, ବଚ ଓ କେତେକ ଗଛର ଛେଲିକୁ ସିଝାଇ ସେହି ପାଣିର ଆଠଭାଗରୁ ଭାଗେ ବାକି ରହିଲେ ସେହି କ୍ୱାଥରେ ତାର୍ପିନ୍, ଝୁଣା, ଫେଶି, ବେଲ ଅଠା, ଦେବଦାରୁ ଅଠା ଓ ଭାଲିଆ ମିଶାଇ ଏହି ପ୍ରଲେପ ପ୍ରସ୍ତୁତ କାନ୍ଥରେ ଲେପିଲେ ସେ କାନ୍ଥମାନ ସହସ୍ର ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ ହୁଏ—ବରାହମିହୀର, ବୃହତ୍ ସଂହିତା—ବଙ୍ଗଳା ଭାଷାର ମନ୍ଦିରେ ର କଥା]