Jump to content

ବଟ

ଉଇକିଅଭିଧାନ‌ରୁ

ବଟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବଟ୍ ଧାତୁ+ କର୍ତ୍ତୃ ଅ; ଏହା ଅଧିକ ସ୍ଥାନ ଆଚ୍ଛାଦନ କରୁ ଥିବାରୁ)

[ସମ୍ପାଦନା]
୧. ବରଗଛ —୧. The banyan tree.
୨. କପର୍ଦ୍ଦକ; କଉଡ଼ି; କଡ଼ା — ୨. One shell money; one cowrie.
୩. ଏକ କଡ଼ା କଉଡ଼ିର ୫ ଭାଗରୁ ଏକଭାଗ — ୩. One fifth of one cowrie or ancient shell- money.
୪. ବଡ଼ା; ଘୃତ ବା ତୌଳପକ୍ୱ ଗୋଲାକାର ଚଟକା ପିଠି — ୪. A round flat cake fried in ghee or oil.
୫. ବର୍ତ୍ତୃଳାକାର ବସ୍ତୁ; ଗୁଳା; ଗୁଟିକା — ୫. A round ball; pillue.
୬. ସାଦୃଶ୍ୟ —୬. Similarty.
୭. ମୂଲ୍ୟ; ଦାମ୍ (ଜ୍ଞାନେନ୍ଦ୍ର) —୭. Price.
୮. ବଟକରା (ହିନ୍ଦୀ - ଶ.) (ଦେଖ) - —୮. Baṭakarā (See)
୯. ଦଉଡ଼ି ବଳାଯିବା (ହିନ୍ଦୀ - ଶ.) —୯. Stringing of a rope.
୧. ପୁରାଣ ପ୍ରସିଦ୍ଧ କଳ୍ପବଟ — ୧୦. The mythological banyan tree which is said to be everlasting.

[ଦ୍ରଷ୍ଟବ୍ୟ —ହିନ୍ଦୁ ପୁରାଣମାନଙ୍କରେ ଉଲ୍ଲେଖ ଅଛି ଯେ, କଳ୍ପାନ୍ତ ପ୍ରଳୟ କାଳରେ, ଯେତେବେଳେ ବ୍ରହ୍ମାଣ୍ଡ ଜଳ ଗର୍ଭରେ ବୁଡ଼ି ଯାଇଥିଲା ସେତେବେଳେ, 'କଳ୍ପବଟ' ନାମକ ବୃକ୍ଷର ଅଗ୍ରଭାଗ ମାତ୍ର ଦେଖାଯାଉଥିଲା, ଓ ତହିଁର ଅଗ୍ରରେ ଥିବା ଗୋଟିଏ ପତ୍ର ଉପରେ ବିଷ୍ଣୁ ଶୋଇଥିଲେ ସେହି ପତ୍ରଟି ପ୍ରଳୟ ପୟୋଧି ଜଳରେ ଭାସୁଥିଲା ନିଦ୍ରିତ ବିଷ୍ଣୁଙ୍କର ନାଭିକମଳରୁ ଗୋଟିଏ ପଦ୍ମ ଫୁଟିଲା ଓ ସେହି ପଦ୍ମରୁ 'ବ୍ରହ୍ମା' ଜାତ ହେଲେ ବିଷ୍ଣୁଙ୍କ କର୍ଣ୍ଣମଳରୁ 'ମଧୁ କୈଟଭ' ଦୈତ୍ୟ ଦ୍ୱୟ ଜାତ ହେଲେ ବିଷ୍ଣୁ ଆପଣାର ଜଙ୍ଘ ଉପରେ ସେମାନଙ୍କୁ ମାରିବାରୁ ସେହିମାନଙ୍କ ମେଦରୁ ମେଦିନୀ ବା ପୃଥିବୀ ଜାତ ହେଲା ସେହି ପୃଥିବୀ ଉପରେ ବ୍ରହ୍ମା ସୃଷ୍ଟି ଆରମ୍ଭ କଲେ ବର୍ତ୍ତମାନ ହିନ୍ଦୁମାନେ ପୁରୀ, ପ୍ରୟାଗ, ବୃନ୍ଦାବନ, କାଶୀ, ଭୁବନେଶ୍ୱର ଆଦି ତୀର୍ଥ ସ୍ଥାନମାନଙ୍କରେ ଥିବା ଗୋଟିଏ ଲେଖାଏଁ ବଟ ଗଛକୁ ସେହି କଳ୍ପବଟ ବୋଲି କରି ଯାତ୍ରୀମାନଙ୍କୁ ଦେଖାନ୍ତି

ଓଡ଼ିଶାର ଅଚ୍ୟୁତାନନ୍ଦ ଦାସ ଆଦିଙ୍କ 'ମାଳିକା' ବା ଭବିଷ୍ୟତ ବାଣୀରେ କେତେଗୁଡ଼ିଏ 'ବଟ'ର ନାମ ନିର୍ଦ୍ଦିଷ୍ଟ ହୋଇଅଛି' କଳ୍କୀ ଅବତାରବେଳା ଏ ପୃଥିବୀର ଦୁଷ୍ଟ ସଂହାର କରିବା ପାଇଁ ଯୁଦ୍ଧ ହେବା ପୂର୍ବରୁ ସେହି ବଟମାନଙ୍କ ମୂଳରେ ବିଶ୍ୱାସୀ ଭକ୍ତମାନେ ରୁଣ୍ଡ ହେବେ ବୋଲି ମାଳିକାରେ ଲେଖା ଯାଇଅଛି

କଟକ ଜିଲ୍ଲାର ଲେମ୍ୱାଳ ମଠ ନିକଟସ୍ଥ ବାଟ 'ଲେମ୍ୱାଳ ବଟ' ଏହି ଜିଲ୍ଲାର ଦର୍ପଣୀ କିଲାର ଛତିଆ ଗ୍ରାମସ୍ଥ ବଟ 'ଛତିଆ ବଟ' କଟକ ସହରର ପୂର୍ବରେ ୧୪: ମାଇଲ ଦୂରରେ ଅବସ୍ଥିତ ରତ୍ନ— ଯୋଡ଼ି ବା ଇଟେଇ ଯୋଡ଼ି ନାମକ ହ୍ରଦର କୂଳସ୍ଥ ବଟ 'ରତ୍ନବଟ' ଉକ୍ତ ବଟମାନଙ୍କ ମଧ୍ୟରୁ ତିନିଗୋଟି ବୋଲି କଥିତ ଗ୍ରାମ ଦେବତା ବା ଠାକୁରାଣୀମାନେ ସାଧାରଣତଃ ବଟଗଛମାନଙ୍କ ମୂଳରେ ପ୍ରତିଷ୍ଠିତ ହୋଇ ପୂଜା ପାଉଥିବାର ଦେଖାଯାଏ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

(ଆଦରାର୍ଥକ) ବଟକୃଷ୍ଣ ନାମକ ବ୍ୟକ୍ତିର ଡ଼ାକ ନାମ —Name for calling Baṭakṛushṇa.