ବଢ଼ିଆ କାଙ୍କ
ଦେଖଣା
ବଢ଼ିଆ କାଙ୍କ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଢ଼ିଆ କାଙ୍କ
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃହତ୍ ଓ କଙ୍କ)
[ସମ୍ପାଦନା]ଲମ୍ୱ ଲମ୍ୱ ସରୁଗୋଡ଼, ଅଣ୍ଟ ଓ ବେକ ଥିବା ବକଜାତୀୟ ପକ୍ଷିବିଶେଷ —Stork; flamingo; Dissura Episcopus.
(ବଡ଼ି କାଙ୍କ, ବଢିକାଙ୍କ—ଅନ୍ୟରୂପ)
ବଡ଼ ବୋହୁ ବଢ଼ିଆ କାଙ୍କ ସାନ ବୋହୁ ଚାଲାକି ଦେଖ—ଢ଼ଗ
[ଦ୍ରଷ୍ଟବ୍ୟ —ଏମାନେ କୂଳେଚର ବର୍ଗୀୟ ପକ୍ଷୀ; ବେକ ଓ ପେଟ ଧଳା; ଛାତି ଓ ପିଠି କଳାମିଳା ସବୁଜା; ଥଣ୍ଟ ଦୀର୍ଘ ଓ ସ୍ଥୂଳ; ପକ୍ଷ ଦୀର୍ଘ; ପୁଚ୍ଛ ଛୋଟ; ଗୋଡ଼ ଖୁବ୍ ଡ଼େଙ୍ଗା ଓ ରକ୍ତବର୍ଣ୍ଣ; ପାଦ ଲିପ୍ତ (ଜାଲୁଆ); ପଡ଼ିଆରେ ବା ବିଲରେ ପାଣିରେ ଏମାନେ ପଲ ପଲ ବସନ୍ତି ଓ ଚରନ୍ତି]