Jump to content

ବତିଶ ସିଂହାସନ

ଉଇକିଅଭିଧାନ‌ରୁ

ବତିଶ ସିଂହାସନ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ଦ୍ୱାତ୍ରିଂଶତ୍ ପୁତ୍ତଳିକା)

[ସମ୍ପାଦନା]

ମହାକବି କାଳିଦାସ ପ୍ରଣୀତ ଉପାଖ୍ୟନ ଗ୍ରନ୍ଥବିଶେଷର ଓଡ଼ିଆ ଅନୁବାଦ — A legend of the throne (with ୩୨ steps) of king Bikramāditya which was discovered and dug out of the earth by a miraculous chance.

[ଦ୍ରଷ୍ଟବ୍ୟ —ବିକ୍ରମାଦିତ୍ୟ ରାଜାଙ୍କର ୩୨:ଟି ପୁତ୍ତଳିକାକୃତ ଅପ୍ସରାଙ୍କଦ୍ୱାରା ରକ୍ଷିତ ୩୨: ପାବଚ୍ଛବିଶିଷ୍ଟ ସିଂହାସନ କାଳକ୍ରମେ ଭୂଗର୍ଭରେ ପୋତି ହୋଇ ଯିବାରୁ ଲୋକେ ସେଠାରେ ଗୋରୁ ଚରାଉ ଥିଲେ ଏକ ସମୟରେ ସହି ସ୍ଥାନରେ କେତେ ଗୁଡ଼ିଏ ବାଳକ ଗୋଚାରଣ କରୁଥିଲେ ଓ ସେଥି ମଧ୍ୟରୁ ଜଣେ ଉକ୍ତ ସିଂହାସନ ପୋତା ହୋଇଥିବା ସ୍ଥାନ ଉପରେ ଉପବେଶନ କରିବାରୁ ସେହି ସିଂହାସନର ମାହାତ୍ମ୍ୟରୁ ରାଜଙ୍କ ତୁଲ୍ୟ ନ୍ୟାୟ— ବିଚାର କଲା ଏ ବିଷୟ କ୍ରମଶଃ ଜନସାଧାରଣରେ ପ୍ରଚାରିତ ହେବାରୁ ତଦାନୀନ୍ତନ ରାଜା ଭୋଜା ଗୋପାଳବାଳକର ଈଦୃଶ ବିଚାରରେ ଚମତ୍କୃତ ହୋଇ ସେ ସ୍ଥାନ ଖୋଳିବାରୁ ଉକ୍ତ ସିଂହାସନଟି ବାହାରିଲା ଅନନ୍ତର ରାଜା ଭୋଜ ସେ ସିଂହାସନରେ ବସିବାକୁ ଚେଷ୍ଟା କରିବାକୁ ପ୍ରତ୍ୟେକ ପୁତ୍ତଳିକା ବିତ୍ରମାଦିତ୍ୟଙ୍କର ଶୈର୍ଯ୍ୟ ବୀର୍ଯ୍ୟ ଔଦାର୍ଯ୍ୟାଦି ବର୍ଣ୍ଣନ କରି ତାଙ୍କୁ କହିଲେ,—ଯେବେ ତୁମ୍ଭ ବିକ୍ରମାଦିତ୍ୟଙ୍କ ପରି ଗୁଣଶାଳୀ ତେବେ ଏହି ସିଂହାସନରେ ବସ; ମାତ୍ର ଭୋଜ ସର୍ବଥା ଆପଣାକୁ ଅଯୋଗ୍ୟ ମନେ କରି ତହିଁରେ ବସିଲେ ନାହିଁ ପରେ ସେ ପୁତ୍ତଳିକାମାନେ ସିଂହାସନଟିକୁ ଧରି ସ୍ୱର୍ଗକୁ ଉଠିଗଲେ ]