Jump to content

ବତ୍ସର

ଉଇକିଅଭିଧାନ‌ରୁ

ବତ୍ସର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବସ୍ ଧାତୁ=ବାସ କରିବା+ଅଧିକରଣେ. ସର୍; ଯହଁରେ ଋତୁମାନେ ବାସ କରନ୍ତି)

[ସମ୍ପାଦନା]

ବର୍ଷ; ବାରମାଯୁକ୍ତ ସମୟ; ଅଦ୍ଦ; ସନ; ସାଲ —A year; a period of twelve month.

ବତ୍ସର ନବରୁ ଦିନକୁଦିନ ପଭା ବଢ଼େଇ ବତ୍ସ (ବକ୍ଷଃ)ପେ କୁଚ ଅଙ୍କୁରିତ, ଏହି ଉତ୍ତପ୍ରେକ୍ଷା ହୋଇ— ଭଞ୍ଜ. ବୈଦେହୀଶବିଳାସ

[ ଦ୍ର—ପୃଥିବରେ ବିଭିନ୍ନ ଗଣନାନୁସାରେ ନାନାପ୍ରକାର ବତ୍ସର ପ୍ରଚଳିତ; ଯଥା—ନକ୍ଷତ୍ରମାନ, ସୌରମାନ, ଚାନ୍ଦ୍ରମାନ ଶକାବ୍ଦ. ଫସଲୀ ବା କୃଷିବର୍ଷ , ହଜରୀ, ଖ୍ରୀଷ୍ଟାବ୍ଦ , ଶାଳିବାହାନାବ୍ଦ, ଇତ୍ୟାଦି

ପୂର୍ବେ ଭାରତବର୍ଷରେ ବର୍ଷକ ୩ଅଂଶ ବା ଋତୁରେ ବିଭକ୍ତି ହେଉଥିଲା, ଯଥା—ଫାଲ୍ଗୁନ. ଚୈତ୍ର, ବୈଷାଖ ଓ ଜ୍ୟୈଷ୍ଠ= ଗ୍ରୀଷ୍ମ ଋତୁ; ଆଷାଢ଼, ଶ୍ରାବଣ, ଭାଦ୍ର ଓ ଆଶ୍ୱିନ=ବର୍ଷ ଋତୁ; କାର୍ତ୍ତିକ, ମାର୍ଗଶିର, ପୌଷ ଓ ମାଘ—ହେମନ୍ତ ଋତୁ ବ୍ରାହ୍ମଣମାନେ ଏହି ଚାତୁର୍ମାସ୍ୟର ପ୍ରାରମ୍ଭର ବା ଅନ୍ତରେ ଯୋଗଜ୍ଞାଦି ଅନୁଷ୍ଠାନ କରୁଥିଲେ ହିନ୍ଦୁସନ୍ୟାସୀ, ବୌଦ୍ଧଭିକ୍ଷୁ ଓ ଜୈନ ଯତିମାନ ବର୍ଷା ଚାରି ମାସ ଅନ୍ୟତ୍ର ପରିଭ୍ରମଣ ନ କରି ଆଶ୍ରମରେ ରହୁଥିଲେ ]