ବଦରିକାଶ୍ରମ
ବଦରିକାଶ୍ରମ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ବଦ୍ରିକାଶ୍ରମ; ହିମାଳୟ କ୍ରୋଡ଼ରେ ଗଡ଼ବାଲ୍ ପ୍ରଦେଶସ୍ଥ ଅଳକାନନ୍ଦା ନଦୀର ପଶ୍ଚିମ ତୀର— ବର୍ତ୍ତୀ ପ୍ରସିଦ୍ଧ ହିନ୍ଦୁ ତୀର୍ଥ — The name of a palce of Hindu piligrimage on the Himalayas, formaly a famous place of hermitage.
[ଦ୍ରଷ୍ଟବ୍ୟ —ଏହା ପୂର୍ବେ ଗୋଟିଏ ତପସ୍ୟାକ୍ଷେତ୍ର ଥିଲା ଏହିଠାରେ ଋଷିମାନେ ପୁରାଣମାନ ପ୍ରକଟନ କରୁଥିଲେ ଏହା ବ୍ୟାସଦେବଙ୍କ ଆଶ୍ରମସ୍ଥଳ ବୋଲି ବିଖ୍ୟାତ ଏହାହିଁ ଭାରତର ପ୍ରଧାନ ତୀର୍ଥ ଚନ୍ଦ୍ରିକା ଓ ଏହା ଭାରତପ୍ରସିଦ୍ଧ ୪ ଗୋଟି ହିନ୍ଦୁଧାମ ମଧ୍ୟରୁ ଗୋଟିଏ ଏଠାର ଦେବତା ବଦ୍ରିନାଥ ଏହା ବର୍ଷ ମଧ୍ୟରେ ୬ ମାସ ବରଫରେ ଆବୃତ୍ତ ଓ ଅଗମ୍ୟ ହୁଏ କଥିତ ଅଛି ଯେ ଏତନ୍ନି କିଟସ୍ଥ ହିମାଳୟର ଦ୍ଭଗୁତୁଙ୍ଗ ନାମକ ଶୃଙ୍ଗ ଉପରେ ଥିବା ଗୋଟିଏ ବଦିରି (ବରକୋଳି) ଗଛରୁ ଏ କ୍ଷେତ୍ରର ନାମକକରଣ ହୋଇ— ଥିଲା ମହାଭାରତରେ ଲେଖାଅଛି ଯେ ଏହିଠାରେ ଗଙ୍ଗା ନଦୀର ଉଷ୍ଣ ଓ ଶୀତଳ ଦୁଇଟି ଧାରା ଥିଲା ଓ ଏହାର ବାଲି ସୁନା ଥିଲା, ଦେବତାମାନେ ଏହିଠାରେ ତପସ୍ୟା କରି ବିଷ୍ଣଙ୍କୁ ପାଇଥିଲେ ଗନ୍ଧମାଦନ, ବଦରୀ, ନରନାରାୟଣ ଓ କୁବେର ଶୃଙ୍ଗମାନ ଏହି ତୀର୍ଥର ଅନ୍ତର୍ଗତ ନରନାରାୟଣ ଅର୍ଜୁନ ଏହିଠାରେ ତପସ୍ୟା କରି ଥିଲେ ପାଣ୍ଡବମାନେ ମହାପ୍ରସ୍ଥାନ କାଳରେ ଏହିଠାକୁ ଯାଇଥିଲେ ବୈଷ୍ଣବମାନଙ୍କର ସବୁ ତୀର୍ଥ ମଧ୍ୟରେ ଏହା ଶ୍ରେଷ୍ଠ ଥିବାର ବିଷ୍ଣୁ ପୁରାଣରେ ଲେଖା ଅଛି—ହିନ୍ଦୀ - ଶ.]