Jump to content

ବଧା

ଉଇକିଅଭିଧାନ‌ରୁ

ବଧା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବଧ)

[ସମ୍ପାଦନା]
୧. (କୌଣସି ବ୍ୟକ୍ତିର) ବଧର ନିଦାନ — ୧. Occasion of one's death; cause of one's death by being killed.

(ଯଥା—ସର୍କସ୍ ଖେଳାଳି ଯେଉଁ ସିଂହ ସଙ୍ଗେ ଖେଳ ଦେଖାଯାଉଥିଲା ସେହି ସିଂହହିଁ ତାହାର ବଧା ହେଲା)

୨. ବଧ ହୋଇ ମରିବାର ଉପଯୁକ୍ତ କାଳ — ୨. Time of death byy being killed.

(ଯଥା—ବଣକୁ ଗଲେ ବାଘ ମୁହଁରେ କେତେ ଲୋକର ବଧା ପହଞ୍ଚିଯାଏ)

୩. ଜୀବିତ କାଳ; ଆୟୁଃ —୩. Lifetime; period of one's life.

(ଯଥା—ସୁଗ୍ରୀବ ବାଳିକୁ ଡ଼ାକ ଦେଲା 'ତୁ ମୋ ସଙ୍ଗେ ଯୁଦ୍ଧ କରିବାକୁ ପ୍ରସ୍ତୁତ ହୋ ତୋର ଆସି ବଧା ପୂରିଲାଣି')

[ଦ୍ରଷ୍ଟବ୍ୟ —'ବଧା' ଶବ୍ଦଦ୍ୱାରା ବଧଦ୍ୱାରା ମୃତ୍ୟୁ ଘଟିବାର ସୂଚନା ହୁଏ]

୪. ବାଘବଜାରି ଖେଳରେ ବାଘସାରକୁ ଚାଳିବା ପାଇଁ ଛେଳି—ସାର ବସାଇବା ପକ୍ଷର ଛାଡ଼ିଦେବା ଗୋଟିଏ ଘରା — ୪. A room left for the movement of the tiger-pawn in agame of Bāghabajāri.
୫. କଥାର ମଞ୍ଜି ବା ସନ୍ଧି —୫. The crux of a matter.
୬. ଦୁଇ ଜଣଙ୍କ ମଧ୍ୟରେ ହେଉଥିବା କଥାରେ ଥିବା ପ୍ରଭେଦ —୬. Difference between the sayings of two persons in a transaction.

[ଦ୍ରଷ୍ଟବ୍ୟ —ବିକିଲାବାଲା ଖଣ୍ଡିଏ ଲୁଗାର ଦାମ ବାରଅଣା କହିଲା, କିଣିଲାବାଲା କହିଲା ଦଶଅଣା ଅତଏବ ଏ ଦୁହିଙ୍କ କଥାରେ ଦୁଇ ଅଣାର 'ବଧା' ରହିଛି]

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ହାତୀ ଖେଦାରେ ହାତିଙ୍କୁ ଖେଦା ଆଡ଼କୁ ହୁରୁଡ଼ାଇବା ପାଇଁ ଲୋକମାନଙ୍କର ପଞ୍ଝା ପଞ୍ଝା ହୋଇ ଜଗିବା —Stationing of troops of beaters in an elephant cathing operation.