ବନ୍ଦା
ଦେଖଣା
ବନ୍ଦା
ଉଚ୍ଚାରଣ
[ସମ୍ପାଦନା]ବନ୍ଦାକୀ, ବନ୍ଦାକାଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବନ୍ଦ୍ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ବନ୍ଦନ କାରିଣୀ ସ୍ତ୍ରୀ — ୧. An adoring woman.
- ୨. ନିର୍ମୂଳୀ; ମଲାଙ୍ଗ; ଯେଉଁ ଗଛ ବା ଲତା ଅନ୍ୟ ଗଛ ଉପରେ ଉଠି ବିନା ଚେରରେ ବଞ୍ଚେ — ୨. A parasitic plant.
- ୩. ଭିକ୍ଷୁକା ସ୍ତ୍ରୀ — ୩. A female beggar.
ବୈଦେଶିକ - ସର୍ବ (କଚିରିଆ; ଫାରାସୀ - ବନ୍ଦା=ସେବକ; ଦାସ) (ଶିଷ୍ଟତାରେ ବ୍ୟବହୃତ ସବ୍ଦ)
[ସମ୍ପାଦନା]- ୧. ଅଧୀନ; ଆପଣଙ୍କର ଆଜ୍ଞାକାରୀ ଭୃତ୍ୟ, ମୁଁ —୧. I, your most obedient slave or servant.
ମନସୀ ଚକ୍ରଧର ଦାସ ବନ୍ଦା ଡାହାଣି ପାଖରେ ବସି ରୋଜନା ଡାଇରା କମଳବନ୍ଦ କରୁଥିବା ହାଲତ ଫକୀରମୋହନ. ଛମାଣ ଆଠଗୁଣ୍ଠ
- ୨. କ୍ରିତଦାସ; ଗୋଲାମ —୨. Slave.
[ ଦ୍ର—ଏହାର ଅର୍ଥ ଅଧୀନ, କ୍ରିତଦାସ ବା ଗୋଲାମ; କିନ୍ତୁ ମାନ୍ୟ ବ୍ୟକ୍ତିଙ୍କ ନିକଟରେ ଅନୁସରଣିଆ ବା ଆଶ୍ରିତ ବ୍ୟକ୍ତି ଆପଣାକୁ 'ମୁଁ' କୋଲି ନ କହି ଦୀନତା ପ୍ରକୀଶ ପୀର୍ବକ 'ବନ୍ଦା' ଶଦ୍ଦ ବ୍ୟବହାର କରେ ଏହାର ସ୍ତ୍ରୀଲିଙ୍ଗ 'ବାନ୍ଦୀ='ପୋଇଲୀ; ଦାସୀ']
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ୍ଦନ)
[ସମ୍ପାଦନା]- ୧. ବନ୍ଦନା; ପ୍ରଶଂସା — ୧. Adoration; praise
ତା ଜାଣି ନ ପାରି କରନ୍ତି ନୁନ୍ଦା ବନ୍ଦା କରନ୍ତି ଏଣୁ ଦୋଷ ଗୁଣ ଦୁଇ ଫନ୍ଦା କୃଷ୍ଣସିଂହ. ମହାଭାରତ ଉଦୋଗ
- ୨. ବନ୍ଦାପନା (ଦେଖ) - —୨. Bandāpanā (See)