ବନ୍ଧ
ବନ୍ଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି(ବନ୍ଧ୍ ଧାତୁ=ବନ୍ଧନ କରିବା+କର୍ମ. ଅ)
[ସମ୍ପାଦନା]- ୧. ଗଚ୍ଛିତ ଧନ; ଗଚ୍ଛିତ ଦ୍ରବ୍ୟ —୧. A deposit.
- ୨. (+ କରଣ. ଅ)—ବୃନ୍ତ; ପତ୍ର, ଫୁଲ ବା ଫଳର ଡ଼େମ୍ଫ — ୨. Stalk.
- ୩. ଶରୀର —୩. Body.
- ୪. ଗ୍ରନ୍ଥି — ୪. Knot.
- ୫. (+ ଭାବ.ଅ)—ବନ୍ଧନ; ବାନ୍ଧିବା — ୫. Binding; tying; fastening.
ବିକଟ ମୂର୍ତ୍ତି କବନ୍ଧ, ବିନ୍ଧିଲେ ବନ୍ଧ ସେ ଭଞ୍ଜ. ବୈଦେହୀଶବିଳାସ
- ୬. ଉତ୍ପତ୍ତି —୬. Peoduction
- ୭. ବାନ୍ଧୁଣୀ; ବାନ୍ଧିବା ଦଉଡ଼ି —୭. Bond; string; rope
- ୮. ଗୃହାଦିର ବେଷ୍ଟନ ବା ଚତୁଃସୀମା —୮. The wall surrounding a house; compound; surrounding fance; the boundary line on all sides
- ୯. ରୋଧ —୯. Restrain,
- ୧. ଧନ ବା ସମ୍ପତ୍ତି ଅନ୍ୟ ନିକଟରେ ବନ୍ଧକ ରଖିବା —୧୦. Pledge.
- ୧୧. ନିର୍ମାଣ; ଗ୍ରନ୍ଥକ; ରଚନା —୧୧. Composition; Construction.
- ୧୨. ସେତୁ; ଜଳାଶୟର ଜଳରୋଧକ ବାଡ଼ —୧୨. Bank; dam; embankment; dyke
- ୧୩. (ରତିଶାସ୍ତ୍ର) ରତିକ୍ରୀଡ଼ା ସମୟରେ ଭିନ୍ନ ଭିନ୍ନ ପ୍ରକାରର ନ୍ୟାସପଦ୍ଧତି; ରତିବନ୍ଧ —୧୩. Defferent postur during copluction.
ବନ୍ଧି ସଂଯୋଗ ଏହାର ମୋର ହୋଇଲେ ବଶ ହୋଇ ଗୋଡ଼ାଇବା ମୋହର ତୁଲେ ଭଞ୍ଜ. ବୈଦେହୀଶବିଳାସ
[ଦ୍ରଷ୍ଟବ୍ୟ —କୋକଶାସ୍ତ୍ର ଅନୁସାରେ ରତିର ୧୬: ପ୍ରକାର ମୁଖ୍ୟ ଆସନ ବା ବନ୍ଧ ବର୍ଣ୍ଣିତ ହୋଇଅଛି ଓ କୌଣସି ଶାସ୍ତ୍ରର ୬୪: ବନ୍ଧ ବର୍ଣ୍ଣିତ ହେଇଅଛି ୧୬: ମୁଖ୍ୟବନ୍ଧର ନାମ— ୧ ପଦ୍ମାସନ; ୨ ନାଗପାଦ; ୩ ଲତାବେଷ୍ଟ; ୪ ଅର୍ଦ୍ଧସଂପୁଟ; ୫ କୁଳିଶ; ୬ ସୁନ୍ଦର; ୭ କେଶର; ୮ ହିଲ୍ଲୋଳ; ୯ ନରହ; ୧ ବିପରୀତ; ୧୧: କ୍ଷୁବ୍ଧକ; ୧୨: ଧେନୁକ; ୧୩: ଉତ୍କଣ୍ଠ; ୧୪: ସିଂହାସନ; ୧୫: ରକତିନାଗ; ଓ ୧୬: ବିଦ୍ୟାଧର—ହିନ୍ଦୀ - ଶ.]
- ୧୪. ଧାରା'; ରିତୀ; ପ୍ରଣାଳୀ —୧୪. Method
- ୧୫. ଯୋଗ —୧୫. Connection; union
- ୧୬. ବନ୍ଦୋବସ୍ତ —୧୬. Arrangement.
- ୧୭. ଅଙ୍ଗା— ଦିର ସୁକୌଳପୂର୍ଣ୍ଣ ଚାଳନା ବା ବିନ୍ୟାସ —୧୭. Artiatic athletic posture of the body or limbs.
- ୧୮. ବିଭିନ୍ନ ଆକୃତିବିଶିଷ୍ଟ କ୍ଷେତ୍ର ଅଙ୍କନ କରି ତହିଁର ଭିନ୍ନ ଭିନ୍ନ ସ୍ଥାଲରେକୌଶଳପୂର୍ବକ ଗୀତ ବା ବାକ୍ୟ ବିନ୍ୟାସ କରିବା ରୀତି; ଚିତ୍ରବାକ୍ୟର ରଚନାବିଶେଷ — ୧୮. Different figure drawn on paper or wall and set with the component leters of a strong.
ଅନୁବାଦ
[ସମ୍ପାଦନା]
|
(ଯଥା— ସର୍ପବନ୍ଧ, ଖଡ୍ଗବନ୍ଧ, ଚକ୍ରବନ୍ଧକ୍ରକ୍ରବକି ରଥବନ୍ଧ, ଚନ୍ଦ୍ରବନ୍ଧ, ପଦ୍ମ— ବନ୍ଧ ଉପେନ୍ଦ୍ରଭଞ୍ଜ ଚିତ୍ରକାବ୍ୟ ବନ୍ଧଦୟରେ ଏହି ଶ୍ରେଣୀର ଅନେକ ବନ୍ଧର ଉଦାହରଣ ଦେଇଅଛନ୍ତି)
କଟିନାଗ ବନ୍ଧ ଏକ ଲେଖିଲେ ପଦ ଅନେକ ଗୋଲକ, ଇନ୍ଦୁ ରେଖା
- ୨. ଶିକୁଳି; ଶୃଙ୍ଖଳ; ବେଡ଼ି —୨୧. Chain; fetters
- ୨୧. କାରାବନ୍ଧନ; କଏଦ(ହି,ଶ) —୨୧. Imprisonment.
- ୨୨. ଯୋଗ ସାଧନରେ ଅଲମ୍ୱିତ ମୁଦ୍ରା ବା ଅଙ୍ଗ ନ୍ୟାସ —୨୨. Posture in j̄oga-exercise.
(ଯଥା—ଉଡ୍ଡୀୟାନ ବନ୍ଧ, ମୂଳବନ୍ଧ, ଜାଲନ୍ଧର ବନ୍ଧ—ହିନ୍ଦୀ - ଶ)
- ୨୩. ନିବନ୍ଧ ରଚନା; ଗଦ୍ୟ ବା ପଦ୍ୟ ରଚନା; (ହିନ୍ଦୀ - ଶ) — ୨୩. Literary composition; prose or poetical composition.
- ୨୪. ଶିଳ୍ପଶାସ୍ତ୍ର ଅନୁସାରେ ଗୃହର ଦୈର୍ଘ୍ୟ ଓ ପ୍ରସ୍ଥର ଭିନ୍ନ ଭିନ୍ନ ମାନ (ହିନ୍ଦୀ - ଶ) — ୨୪ Different standards of rooms having prescrible length and breath.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନାଟୁଆ ପିଲାମାନଙ୍କର ଅବୟବ ଚାଳନ ଜନିତ ନ୍ୟାସ —୧. Different posture of the limbs performed by dancing boys.
[ଦ୍ରଷ୍ଟବ୍ୟ —ଏ ବନ୍ଧମାନ ଦାକ୍ଷିଣାତ୍ୟରେ ଓ ଓଡ଼ିଶାରେ ଦକ୍ଷିଣ ଅଞ୍ଚଳରେ ନର୍ତ୍ତକ ନର୍ତ୍ତକୀମାନେ ସାଧନ କରନ୍ତି]
- ୨. ମାକଡ଼ ଚିତି; ମୁଣ୍ଡକୁ ଭୂମିରେ ଲଗାଇ ଗୋଡ଼କୁ ଉପରକୁ ଉଠାଇ ଲେଉଟି ପଡ଼ିବା — ୨. Somersault.
ପ୍ରାଦେଶିକ - (ସମ୍ୱଲପୁର, ସିଂହଭୂମି ଓ ଗଞ୍ଜାମ)
[ସମ୍ପାଦନା]ଚାରିଆଡ଼େ ଆଡ଼ି ବା ବନ୍ଧ ଥିବା ପୋଖରୀ; ଜଳାଶୟ — A tank surrounded by embankments.
ପ୍ରାଦେଶିକ - (ସମ୍ୱଲପୁର ଓ ଞ୍ଜମ)
[ସମ୍ପାଦନା]- ୧. ପାହାଡ଼ ନିକଟସ୍ଥ ନିମ୍ନ ଭୂମିରେ ବାଡ଼ ପକାଇ ପାଣି ଅଟକାଇ ରଖିବା ଯୋଗୁଁ ହୋଇଥିବା ଜଳାଶୟ — ୧. A tank formed by forming an embankment stopping the flow of hill-streams; water reservior.
- ୨. ବଡ଼ ହିଡ଼ —୨. A high ridge.