ବନ୍ଧକ
ବନ୍ଧକ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବନ୍ଧ୍ ଧାତୁ+କର୍ମ. ଅକ)
[ସମ୍ପାଦନା]- ୧. ଋଣ ପରିଶୋଧର ଜାମିନ୍ ସ୍ୱରୁପ ଖାତକ ମହାଜନ ନିକଟରେ ଯେଉଁ ଦ୍ରବ୍ୟ ରଖେ —୧. Pawn; pledge of a thing by the debtor as security for a loan.
- ୨. (+ ଭାବ. ଅକ) ବନ୍ଧା; କୌଣସି ଭୂସମ୍ପତ୍ତି ଜାମିନ୍ ରଖି ଋଣ ନେବା —୨. Mortagage.
[ଦ୍ରଷ୍ଟବ୍ୟ —୧ଯେଉଁ ପ୍ରଣାଳୀରେ ମହାଜନ ନିକଟରେ ବନ୍ଧା ଦିଆ ଯାଇଥିବା ଦ୍ରବ୍ୟକୁ ମହାଜନ ଦଖଲ ନକରି ଋଣଶୋଧ ପର୍ଯ୍ୟନ୍ତ ଅଦାଲତଙ୍କ ଜରିଆରେ ବିକ୍ରୟ କରିବା ନିମିତ୍ତ ଅଟକାଇ ରଖି ପାରନ୍ତି ତାହା ରହଣ ବନ୍ଧକ ବା କାୟ ବନ୍ଧକ (simple mortgage); :୨. ଯେଉଁଥିରେ ଋଣର ସୁଧ ବା ମୂଳ ଓ ସୁଧ ଉଭୟ ଆଦାୟ ହେବା ପର୍ଯ୍ୟନ୍ତ ମହାଜନ ଉକ୍ତ ଦ୍ରବ୍ୟକୁ ବା ଦ୍ରବ୍ୟର ଆୟକୁ ଭୋଗ କରନ୍ତି ତାହା ଦଖଲ ବନ୍ଧକ (usufructuary mortgage):୩. ଯହିଁରେ ନିର୍ଦ୍ଦିଷ୍ଟ କାଳ ମଧ୍ୟରେ ମହାଜନ ସୁଧ ମୂଳ ଓ ରିବାକ୍ ପାଇବାର କଥା କରି ବନ୍ଧକ ଦିଆ ଯାଇଥିବା ବସ୍ତୁକୁ ଏକାବେଳେକେ କବାଲା କରିନିଏ, ମାତ୍ର ଅସଲ ଓ ସୁଧ ରିବାକ୍ ପାଇଲେ ଖାତକକୁ ଉକ୍ତ ଜମିକୁ ଲେଉଟ କାବଲା କରି ଦିଏ ତାହା କଟ ବନ୍ଧକ (English mortgage), :୪. ଯହିଁରେ ଖାତକ ମହାଜନକୁ କାବଲା ଲେଖି ଦିଏ, ମାତ୍ର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଖାତକ ଝଙ୍କା ସୁଝି ମ ପାରିଲେ ମହାଜନ ବନ୍ଧକ ସମ୍ପତ୍ତିରେ ମାଲିକ ହୁଅନ୍ତି, ବା ଟଙ୍କା ପରିଶୋଧ କଲେ କାବଲା ଅକର୍ମଣ୍ୟ ହୁଏ, ଏହି ସର୍ତ୍ତ ରଖି ବନ୍ଧକ ଦଲିଲ ହୁଏ ତାହଗା କଟ କାବଲା ବା କଣ୍ଟ କାବଲା (mortagage by condition sale),:୫. ଯେଉଁ ପ୍ରକାର ବନ୍ଧକରେ ଦଖଲବନ୍ଧକ ଓ ସାଧା ବନ୍ଧକ ବା ଦଖଲ ବନ୍ଧକ ଓ କଟ କବଲାର ସର୍ତ୍ତମାନ ମାଶାମିଶି ହୋଇଥାଏ ତାହା ନୈପା ତନିକ ବା ମିଶାମିଶି ବନ୍ଧକ (anomalous mortagage) ଏ ଶେଷାକ୍ତ ବନ୍ଧକ ନୂଆ ଆଇନ୍ ଅନୁସାରେ ସିଦ୍ଧ ହୋଇଅଛି]
- ୫. (+ ଭାବ. ଅକ) କଇଦି; କାରାବନ୍ଧନ —୩. Confinement; imprisonment.
- ୪. ବିନିମୟ; ଅଦଳ ବଦଳ — ୪. Bater; exchange
- ୫. (+ କର୍ମ. ଅକ) ଲମ୍ପଟ ବ୍ୟକ୍ତି; ସ୍ତ୍ରୀଚୌର; ଚମଚୋର —୫. A lecher; an adulterer.
- ୬. ନଗର —୬. City.
- ୭. (+ ଭାବ. ଆକ) ବନ୍ଧନ —୭. Binding; bond.
- ୮. (+ କର୍ତ୍ତୃ. ଅକ)ଯେ ବାନ୍ଧେ; ବନ୍ଧନ କାରୀ —୮. Binder.