Jump to content

ବବୁର(ଲ,ରି)

ଉଇକିଅଭିଧାନ‌ରୁ

ବବୁର(ଲ,ରି)

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବାବଲା, ବବୁରିଅନ୍ୟରୂପ

ଦେଶଜ - ବି—(ସଂସ୍କୃତ - ବର୍ବ୍ୱୂର; ବବ୍ୱୂଲ)

[ସମ୍ପାଦନା]

କଣ୍ଟାକୁସୁମ ଗଛ; କଣ୍ଟକୀ କ୍ଷୁଦ୍ରବୃକ୍ଷବିଶେଷ —Acacia Gummi; Acacia Arabica (Haines.)

ବବୁର କୁସୁମ ବାସ ଜନପଦେ ପ୍ରସରଇ ଆହର୍ନିଶି—ରାଧାନାଥ ଉର୍ବଶୀ

[ଦ୍ରଷ୍ଟବ୍ୟ —ଏହା ଖଦୀରଜାତୀୟ ବୃକ୍ଷ, ଏଥିରେ କଣ୍ଟା ଅଛି ଫୁଲ ଛୋଟ, ଗୋଲାକାର, ହଳଦିଆ ଓ ସୁଗନ୍ଧଯୁକ୍ତ ଏ ଗଛ ବାଲିଆ ଭୁମିରେ ହୁଏ ଓ ବହୁ କାଳ ବଞ୍ଚେ ଏହାର ଗଣ୍ଡିକୁ କ୍ଷତ କଲେ ଏଥିରୁ ଯେଉଁ ଅଠା ବାହାରେ ତାହା ଅନେକ କାର୍ଯ୍ୟ୍ରେ ଲାଗେ ଏହାର ଛୁଇଁ ଓ ମଞ୍ଜି ଚେପଟା ଏହାର କାଠରେ ଲଙ୍ଗଳ ଓ ଗାଡ଼ିର ଚକ ହୁଏ କେତେକ ସ୍ଥାନରେ ଏ ଗଛରେ ଲାଖପୋକ ପାଳି ଲୋକେ ଏ ଗଛରୁ ଲାଖ ଉତ୍ପାଦନ କରନ୍ତି ଏହାର ଛାଲରେ ଓ ଛୁଁଇରେ ଚମଡ଼ା କଷାଇବା ପାଣି ପ୍ରସ୍ତୁତ ହୁଏ ଏ ଗଛର ଡାଳ ଦାନ୍ତକାଠିରୂପେ ଦାନ୍ତର ହିତକର ଏହାର ଶୁଖିଲା ଫଳରୁ ସ୍ଥାୟୀ— ସ୍ୟାହୀ ତିଆରି ହୁଏ ବୈଦ୍ୟଶାସ୍ତ୍ର ଅନୁସାରେ ଏହା ମଳସଂଗ୍ରାହକ, ପିତ୍ତ ଓ ବାୟୁନାଶକ, ଶୀତବୀର୍ଯ୍ୟ, ଭଗ୍ନସନ୍ଧାୟକ ଓ ରକ୍ତତିସାର, ରକ୍ତପିତ୍ତ, ମେହ, ପ୍ରଦର, ରକ୍ତସ୍ରାବ, କଫ. କୃଷ୍ଠ, କ୍ରମି ଓ ବିଷ— ନାଶକ—ଦ୍ରବ୍ୟଗୁଣ ଏହି ଶ୍ରେଣୀର ଆଉ ଏକଜାତୀୟ ଗଛକୁ ଗନ୍ଧଗୁହାରିୟା (ବଙ୍ଗାଳୀ - ଗୁଇଆ ବାବଲା, ସଂସ୍କୃତ - ବିଟ ଖଦିର; ଇଂ Acacia Farnesira; Acacia Leucopploea) କହନ୍ତି]