ବରଗୁଡ଼ି
ଦେଖଣା
ବରଗୁଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବରଗୁଡ଼ି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବର୍ବଟୀ)
[ସମ୍ପାଦନା]ଏକପ୍ରକାର ବ୍ରୀହି —A kind of pulse; the cowpea; Vigna Catjang; Dolichos Sinensis.
[ଦ୍ରଷ୍ଟବ୍ୟ —ଏ ଗଛ ଉଚ୍ଚରେ ୧ ହାତ ହୁଏ ପ୍ରକୃତରେ ଏହା ଲତା, କିନ୍ତୁ ଗଛ ପରି ଠିଆ ରହେ ପତ୍ର ତ୍ରିପର୍ଣ୍ଣ; ଏହାର ଛୁଇଁଭିତରେ ଥିବା ବୀଜଶସ୍ୟ ଛୋଟ ଓ ଗୋଲ ଏ ବୀଜକୁ ଲୋକ ଡାଲି କରି ଖାଆନ୍ତି ହରିତ୍ ଓ ଶ୍ୱେତ ବର୍ଣ୍ଣ ଭେଦରେ ଏହା ଦୁଇପ୍ରକାର ଏ ଦୁଇଙ୍କ ମଧ୍ୟରେ ଶ୍ୱେତବର୍ବଟ, ଉତ୍କୃଷ୍ଟ
ଉଭୟ ବର୍ବଟୀ କଷାୟ—ମଧୁରୀ ରୁଚିକର, ଅଗ୍ନିବର୍ଧକ ଓ କଣ୍ଠ— ଶୋଧକ ଏହାର ଯୁଷ ସ୍ତନ୍ୟବର୍ଧକ, ବଳକାରକ, କଫନାଶକ ଓ ଚକ୍ଷୁରୋଗରେ ଉପକାରକ ଭିଜା ବରଗୁଡ଼ିର ଯୁଷ ଗୁରୁପାକ, ଉଷ୍ଣବୀର୍ଯ୍ୟ, ଅମ୍ଳବିପାକ, ଶୁକ୍ରବର୍ଦ୍ଧକ, କଫ ଓ ଶୋଥନାଶକ ଓ ରକ୍ତ— ପିତ୍ତ ବାୟୁ, ମୁତ୍ର ଓ ସ୍ତନ୍ୟର ବୃଦ୍ଧି କାରକ]