ବରଡ଼ା
ଦେଖଣା
ବରଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବରଡ଼ା
|
ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ବର୍ଜ ଧାତୁ?)
[ସମ୍ପାଦନା]- ୧. ଯେଉଁ ଦୁହାଁଳୀ ଗାଈର ଦୁଧ ବନ୍ଦ ହୋଇ ଯାଇଥିବା; ପଡ଼ିଆ ଗାଈ; ବିସ୍କି ଯାଇଥିବା ଗାଈ —୧. A milch cow which has gone dry.
- ୨. (ସଂସ୍କୃତ - ବରାଟ) ବରଡ଼ା ପତ୍ର (ଦେଖ) - —୨. Baraṟḍ̠ā patra (See).
- ୩. ବରଗଡ଼ା (ଦେଖ) - —୩. Baragaṟḍ̠ā (See)
- ୪. ଏକପ୍ରକାର ବଡ଼ ଜଙ୍ଗଲୀ ଗଛ (ଯହିଁରେ ଶାଖାଗ୍ରରେ ଥିବା କୋମଳ ପତ୍ର ଶାଗ ହୁଏ) —୪. A big wild tree whose young and tender shoots are cooked as pot-herb.
[ଦ୍ରଷ୍ଟବ୍ୟ —ଏହାର କୋମଳ ପତ୍ର ଗଡ଼ଜାତରେ ଶାଗରୂପେ ବ୍ୟବହୃତ ହୁଏ ଏହାର ଫଳ ଅଅଁଳା କୋଳି ଆକୃତିବିଶିଷ୍ଟ ଓ ଅଖାଦ୍ୟ]
- ୫. ଚିତ୍ରକାରମାନେ ରଙ୍ଗ ଲଗାଇବା ପରେ ତାହାକୁ ସ୍ଥାୟୀ ଓ ଉଜ୍ଜ୍ୱଳ କରିବା ସକାଶେ ଚିତ୍ର ଉପରେ ଯେଉଁ ପ୍ରସ୍ତୁରଖଣ୍ଡି ଘଷନ୍ତି —୫. A piece of stone used by painters to rub over paintings to make them permanent and shining.
- ୬. ନଡ଼ିଆ ବା ତାଳ ଗଛର ବାହୁଙ୍ଗା —୬. The leafy branch of a cocoanut or palm tree.
ତଳ ବରଡ଼ା ଖସୁଛି, ଓପର ବରଡ଼ା ହସୁଛି, ଓପର ବରଡ଼ା ଥାଇ ବୋଇଲା ତୋ ଦିନକାଳ ଆସୁଛି—ଢଗ
ପ୍ରାଦେଶିକ - (ବାଣପୁର) ବିଶେଷ୍ୟ -
[ସମ୍ପାଦନା]ଧାନ କିଆରିକି କାଦୁଅ କରି ତା ଉପରେ ମଇ ଚଳାଇ ସେହି କାଦୁଅ ଉପରେ ଧାନ ବିହନକୁ ଛାଟିବା —To sow paddy in a ploughed and leavelled up muddy field.