ବରଣ
ଦେଖଣା
ବରଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବୃ ଧାତୁ=ସେବା କରିବା, ଆରତି କରିବା+ଭାବ. ଅନ)
[ସମ୍ପାଦନା]- ୧. ନିୟୋଗ —୧. Engagement; appointing.
- ୨. ଦେବପୂଜା ପୂର୍ବରୁ ପୁରୋହିତ ବା ବ୍ରାହ୍ମଣକୁ ପୂଜା ସ୍ଥାନକୁ ନିମତ୍ରଣପୂର୍ବକ ଅଭ୍ୟର୍ଥନା — ୨. The act of welcoming a priest or Brāhmṇa to officiate at a ritual.
- ୩. ସ୍ୱୟମ୍ୱର ସଭାରେ ଉପସ୍ଥିତ ବହୁ ବ୍ୟକ୍ତିଙ୍କ ମଧ୍ୟରୁ ଜଣକୁ ଆପଣାର ବର ବୋଲି ବାଛିବା —୩. The act of choosing or selecting one's husband at a suiter's competition meeting.
- ୪. (+କରଣ. ଅନ) ଆବରଣ ବସ୍ତ୍ର —୪. A covering cloth; wrapper.
[[]] ୫ ବରୁଣ ]] (୫): (ଦେଖ) - —୫. Baruṇa (୫) (See).
- ୬. (+କରଣ. ଅନ) ପ୍ରାଚୀର; ଛାଡ଼ଦିବାଲୀ —୬. Rampart; compound wall,
- ୭. ପ୍ରାର୍ଥନା —୭. Prayer; supplication.
- ୮. ସ୍ୱୟମ୍ୱର —୮. The ceremony of a bride choosing her husband in an assembly of candidates.
- ୯. ନିର୍ବାଚନ —୯. Selaction; choosing .
- ୧. ନିମନ୍ତ୍ରଣ —୧୦. Invitation.
କୃଷ୍ଣ ଆଜ୍ଞରେ ଭ୍ରାତୃଗଣେ ଗଲେ ଯେ ରାଜାଙ୍କ ବରଣେ—ଜଗନ୍ନାଥ, ଭାଗବତ
- ୧୧. ପ୍ରଶଂସା —୧୧. Praise.
ବରଣ କଲା ମନେ ମର୍ତ୍ତ୍ୟଭୂବନେ ସର୍ବପୁର ଅଳଙ୍କାର ଯେ— ଭଞ୍ଜ. ବୈଦେହୀଶବିଳାସ
- ୧୨. ଓଷ୍ଟ୍ର; ଉଟ (ହିନ୍ଦୀ - ଶ.) —୧୨. Camel.
- ୧୩. ପୋଲ; ସେତୁ (ହିନ୍ଦୀ - ଶ) —୧୩. Bridge; dyke.
- ୧୪. ପୂଜା; ଅର୍ଚ୍ଚନା; ସତ୍କାର (ହିନ୍ଦୀ - ଶ.) —୧୪. Adoration; worship.
- ୧୫. ଆଚ୍ଛାଦନ —୧୫. Covering; screening (Apte).
- ୧୬. ବୃକ୍ଷ —୧୬. A tree in general (Apte).
- ୧୭. ବାରଣ —୧୭. Keeping off; prohibiting (Apte)
ଅନୁବାଦ
[ସମ୍ପାଦନା](ବରୁଣ—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବ୍ରଣ; ବରଣ୍ଡ)
[ସମ୍ପାଦନା]- ୧. ଯୌବନକଣ୍ଟକ; କାଠବରୁଣ; ମୁଖଜାତ ବ୍ରଣ —୧. Pimples on the face; acne.
- ୨. ବ୍ରଣ —୨. Boil.
- ୩. (ସଂସ୍କୃତ - ବର୍ଣ୍ଣ; ପଦ୍ୟରେ ବ୍ୟବହୃତ)—ରଙ୍ଗ — ୩. Colour
ହରକଣ୍ଠବରଣ ରାଜେ ତୋ ଦେହେଁ—ରାଧାନାଥ, ମେଘଦୁତ
ଅନୁବାଦ
[ସମ୍ପାଦନା]- ୪. (ସଂସ୍କୃତ - ନାମ ଅଧିବାସ; ସଂସ୍କୃତ - ବନ୍ଦନ)—ଧାନ୍ୟ, ଦୁବ, ବରକୋଳି ପତ୍ର ଆଦିଦ୍ୱାରା ନବବିବାହିତ ବର— କନ୍ୟାଙ୍କୁ ବା ଉପନୟନ ହୋଇଥିବା ବ୍ରାହ୍ମଣ ବାଳକଙ୍କୁ ବା ବିଶିଷ୍ଟ ବ୍ୟକ୍ତିଙ୍କୁ ଅଭ୍ୟର୍ଥନା କରିବା ବିଧି; ବନ୍ଦାପନା — ୪. A kind of showing respect to a newly married couple or an honoured guest.
[ବରଣା(ଣୀ)—ସ୍ତ୍ରୀଲିଙ୍ଗ]
ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ବର୍ଣ୍ଣ) (ପଦ୍ୟ)
[ସମ୍ପାଦନା]ରଙ୍ଗର; ବର୍ଣ୍ଣର; ବର୍ଣ୍ଣବିଶିଷ୍ଟ —Having the colour of.