Jump to content

ବରଣଡାଲା

ଉଇକିଅଭିଧାନ‌ରୁ

ବରଣଡାଲା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ୍ଦନ+ଡଲ୍ଲକ)

[ସମ୍ପାଦନା]

ସମାଗତ ବିଶିଷ୍ଟ ବ୍ୟକ୍ତି ବା ଜାମାତାଙ୍କୁ ଅଭ୍ୟର୍ଥନା କରିବା ପାଇଁ ଯେଉଁ ଡାଲାରେ ଦୁବ, ବରକୋଳିପତ୍ର, ନଡ଼ିଆ, ଗୁଆ, ଫୁଲ, ଚନ୍ଦନ ଓ ନୂଆ ଲୁଗା ଆଦି ସଜ୍ଜିତ ହୋଇଥାଏ —A tray in which various necessary articles are kept arranged with a view to be used while welcoming a guest or a bridegroom on ceremonial occasions.

[ଦ୍ରଷ୍ଟବ୍ୟ —ବରଣଡାଲାରେ ୨୪:ଟି ପଦାର୍ଥ ଥାଏ ଯଥା— ଗଙ୍ଗାମୃତ୍ତିକା, ଚନ୍ଦନ, ଶିଳା, ଧାନ୍ୟ, ଦୁର୍ବା, ପୁଷ୍ପ, ଫଳ, ଦଧି, ଘୃତ, ସ୍ୱସ୍ତିକ (ପିଠଉ ନିର୍ମିତ ମୂର୍ତ୍ତି), ସିନ୍ଦୁର, ଶଙ୍ଖ, କଜ୍ଜ୍ୱଳ, ଗୋରୋଚନା ବା ହଳଦୀ, ସିଦ୍ଧାର୍ଥ (ତଣ୍ଡୁଳ), ସ୍ୱର୍ଣ୍ଣ, ରୌପ୍ୟ, ତାମ୍ର, ଲୌହ, ଦର୍ପଣ, ଅଳତା, ହରିଦ୍ରାରଞ୍ଜିତସୂତ, ଚାମର, ଦ୍ୱୀପ ପ୍ରତ୍ୟେକ ପଦାର୍ଥ ଯଥୋପଯୁକ୍ତ ମନ୍ତ୍ର ଉଚ୍ଚାରଣପୂର୍ବକ ବରିତ ବ୍ୟକ୍ତିଙ୍କୁ ଯଥାକ୍ରମେ ଅର୍ପଣ କରାଯାଏ]