ବରତିବା
ଦେଖଣା
ବରତିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଗ୍ରାମ୍ୟ - କ୍ରି. (ସଂସ୍କୃତ - ବୃତ୍ ଧାତୁ)
[ସମ୍ପାଦନା]- ୧. ବର୍ତ୍ତିବା; ପ୍ରାଣରେ ରହିବା; ବଞ୍ଚିବା —୧. To live; to survive.
ରସବତୀ ଘେନ ତେଜିଲେ ଜୀବନ ଝସ ବରତିବ କେହି କବିସୂର୍ଯ୍ୟ. ସଙ୍ଗୀତ
- ୨. ବିପଦରୁ ଉଦ୍ଧାର ପାଇବା; ଉଧୁରିବା —୨. The escape from a danger.
- ୩. ବଞ୍ଚିଯିବା —୩. To be saved with one's life.
ବରତିଲେ ଦୁଇ କୂଳରୁ ଦଶ ଜଣ ପାଣ୍ଡବଙ୍କର ସାତ ଆମ୍ଭର ତିନି ଜଣ କୃଷ୍ଣସିଂହ. ମହାଭାରତ. ଆଦି
- ୪. ଅବଶିଷ୍ଟ ରହିବା —୪. To remain after.
- ୫. ବର୍ତ୍ତିବା (ଦେଖ) - —୫. Barttibā (See)