ବରାବର
ଦେଖଣା
ବରାବର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବରାବରି, ବୋରାବର, ବୋରାବରି—ଅନ୍ୟରୂପ
ବୈଦେଶିକ - ଅ. (ଫାରାସୀ - ବରାବର)
[ସମ୍ପାଦନା]- ୧. ପରି; ତୁଲ୍ୟ; ସଦୃଶ; ସମଭାବରେ —୧. Alike; like.
ତରାବର କିରଣ ବରାବର ଚରଣ ନଖାଂଶୁ ସ୍ୱରଗଣ ଶିଖ ଭରଣ ହେ କବିସୂର୍ଯ୍ୟ. କିଶୋରୀଚମ୍ପୂ
- ୨. ସମାନ ଭାବରେ — ୨. Uniformly; equally.
କ୍ଷୀର ନୀର ସୁଧାଂଶୁ କୈ ରବ ବାରି ମୀନ ବରାବରେ କ୍ଷେପିବା କବିସୂର୍ଯ୍ୟ. ରତ୍ନାକରଚମ୍ପୂ
- ୩. ସଙ୍ଗେ ସଙ୍ଗେ ବା ସମାନ୍ତର ଭାବରେ —୩. A breast; running parallel to.
- ୪. ଏକଦମ୍ —୪. At once.
- ୫. ସମ୍ମୁଖରେ —୫. In front.
- ୬. ସମ୍ପୂର୍ଣ୍ଣରୂପେ —୬. Fully; completely.
ବିଭୀଷଣକୁ ବିଶ୍ୱାସ କରିବାକୁ ସୁଗ୍ରୀବ ବରାବର ମନା କଲା ନୀଳକଣ୍ଠ—ପିଲାଙ୍କ ରାମାୟଣ
- ୭. ସିଧା ସିଧା; ଏକ ରେଖାରେ —୭. Straight way; directly; in a line.
- ୮. ଅନବଚ୍ଛିନ୍ନରୂପେ; ସଦା— ସର୍ବଦା —୮. Continually; always; all along.
- ୯. ମୂଳରୁ ଶେଷ ପର୍ଯ୍ୟନ୍ତ —୯. From beginning. to end.
- ୧. ପ୍ରଥମରୁ ଆରମ୍ଭ କରି —୧୦. From the very beginning.
- ୧୧. ଶେଷ ପର୍ଯ୍ୟନ୍ତ — ୧୧. To the end; to the finish.
- ୧୨. ସମୀପରେ; ପାଖେ ପାଖେ —୧୨. Contiguously.
- ୧୩. ସମାନ୍ତରାଳଭାବରେ —୧୩. Paralley.
- ୧୪. ନିକଟକୁ ୧୪. To; up to.
- ୧୫. ଚିରକାଳ ପାଇଁ —୧୫. For ever;
- ୧୬. ଅତ୍ୟନ୍ତ; ଅତି —୧୬. Very; very much.
ବୈଦେଶିକ - ବିଶେଷଣ -
[ସମ୍ପାଦନା]- ୧. ସମାନ —୧. Similar.
ବିଚାରିଲେ ନାମ ରୂପ ବେନି ବରାବର ତୁଳସୀ—ବିକ୍ରମ ରାମାୟଣ ଆଦି
- ୨. ସେହି ଏକା —୨. same.
- ୩. ସମାନ୍ତର —୩. Para-llel.
- ୪. ସମ୍ମୁଖରେ ଅବସ୍ଥିତ —୪. Forntal.