Jump to content

ବରାହମିହିର

ଉଇକିଅଭିଧାନ‌ରୁ

ବରାହମିହିର

ଉଚ୍ଚାରଣ

[ସମ୍ପାଦନା]

(ବରାହାଚାର୍ଯ୍ୟ—ଅନ୍ୟନାମ)

ସଂସ୍କୃତ - ବିଶେଷ୍ୟ - (ନାମ)

[ସମ୍ପାଦନା]

ଉଜ୍ଜୟିନୀ ଅଧିପତି ବିକ୍ରମାଦିତ୍ୟଙ୍କ ସଭାର ନବରତ୍ନ ବା ୯ଜଣ ଭାରତବିଖ୍ୟାତ ପଣ୍ଡିତଙ୍କ ମଧ୍ୟରୁ ଏକତମ —One of the nine gems or Pandits of the Court of king Bikramāditya.

[ଦ୍ରଷ୍ଟବ୍ୟ —ଏ ଜଣେ ପ୍ରସିଦ୍ଧ ଜ୍ୟୋତିଷର୍ବିତ୍ ପଣ୍ଡିତ ଥିଲେ ଏ ଜ୍ୟୋତିଷଶାସ୍ତ୍ରରେ ବିଶେଷ ଉନ୍ନତି କରିଥିଲେ ଏହାଙ୍କ ରଚିତ ପ୍ରଧାନଗ୍ରନ୍ଥର ନାମ 'ବୃହତ୍ ସଂହିତା' ପଞ୍ଚସିଦ୍ଧାନ୍ତିକା ନାମକ ଅନ୍ୟ ଗୋଟିଏ ଜ୍ୟୋତିଷଗ୍ରନ୍ଥ ଏହାଙ୍କ ରଚିତ ଆର୍ଯ୍ୟ— ଭଟ୍ଟଙ୍କ ଉଦ୍ଭାବିତ ପୃଥିବୀର ଆହ୍ନିତ ଗତିକୁ ଏ ସ୍ୱୀକାର କରି ନାହାନ୍ତି କେହି କେହି କହନ୍ତି, ବରାହ ଓ ମିହିର ଦୁଇଜଣ ବ୍ୟକ୍ତି ଥିଲେ ବରାହ ପିତା, ମିହିର ପୁତ୍ର ଓ ଖନା ମିହିରଙ୍କ ସ୍ତ୍ରୀ ଥିଲେ କିନ୍ତୁ ଜଣାଯାଏ ଯେ, ବରାହ ମିହିର ଦୁଇଣ ବ୍ୟକ୍ତି ନୁହନ୍ତି ଯେଉଁ ଶ୍ଳୋକରେ ବିକ୍ରମାଦିତ୍ୟଙ୍କ 'ନବରତ୍ନ'ଙ୍କ ନାମ ଉଲ୍ଲେଖ ଅଛି, ସେ ଶ୍ଳୋକରୁ ବରାହମିହିର ଜଣେ ବୋଲି ଜଣାଯାଏ କାହାରି କାହାରି ମତରେ ବରାହମିହିର ଖ୍ରୀଷ୍ଟ ଷଷ୍ଠ ଶତାବ୍ଦୀରେ ଜୀବତ ଥିଲେ ବିକ୍ରମାଦିତ୍ୟଙ୍କ ରାଜତ୍ୱ କାଳ ଖ୍ରୀ ୩୭୫-୪୧୩: (ସୁବଳଚନ୍ଦ୍ର ବଙ୍ଗଳା ଅଭିଧାନ

ଯୋଗେଶ୍ଚନ୍ଦ୍ର ରାୟଙ୍କର 'ଲଆମାଦାର ଜ୍ୟୋତିଷୀ' ଗ୍ରନ୍ଥରେ ଏହାଙ୍କ ବିଷୟରେ ନିମ୍ନଲିଖିତ ରୂପେ ଲେଖାଅଛି

ମଗଧ ଦେଶ (ଉତ୍ତର ପଶ୍ଚିମ ପ୍ରଦେଶ ଜଲୌନ୍ ଜିଲାରେ କାଳ୍ପୀ ନଗର) କାମ୍ପିଲ୍ୟ ନଗରର ଦ୍ୱିଜକୁଳରେ ବରାହମିହିର ଜାତ ହୋଇଥିଲେ ବିକ୍ରମାଦିତ୍ୟଙ୍କ ସଭାର ନବରତ୍ନ ମଧ୍ୟରୁ ଏ ଜଣେ ଏ ପଞ୍ଚସିଦ୍ଧାନ୍ତିକା ନାମକ ଜ୍ୟୋତିଷକରଣ ଗ୍ରନ୍ଥକୁ ରଚନା କରି ଥିଲେ ଶକାବ୍ଦ ୫ମୀ ଶତାବ୍ଦୀ (ଖ୍ରୀଷ୍ଟୀୟ ୬ଷ୍ଠ ଶତାବ୍ଦୀ) ତ୍ରିସ୍କନ୍ଧ ଜ୍ୟୋତିଷଗ୍ରନ୍ଥରେ ବରାମିହିର ଯବନାଚାର୍ଯ୍ୟ ଯାବନିକ ପାରିଭାଷିକ ଶବ୍ଦ ଓ ଯାବନିକ ସଂଜ୍ଞାମାନ ଉଲ୍ଲେଖ କରିଅଛନ୍ତି ଏହାଙ୍କର ପିତା ଆଦିତ୍ୟ ଦାସ ପୁତ୍ର ପୃଥୁଯଶା ମଧ୍ୟ ଜ୍ୟୋତିଷୀ ଥିଲେ ]