Jump to content

ବରେହି ପାଟକ

ଉଇକିଅଭିଧାନ‌ରୁ

ବରେହି ପାଟକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବରେହୀ ସଭା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାର= ସମୂହ) (ତୁଳ. ବଙ୍ଗାଳୀ - ଶବ୍ଦ ବାରୋୟାରୀ=ପ୍ରତି ବର୍ଷ ଏକ ଗ୍ରାମରେ ବା ପଡ଼ାରେ ବା ବଜରରେ ସମସ୍ତ ଜାତିର ଲୋକେ ମିଳି ଯେଉଁ ଠାକୁରପୂଜା ବା ଉତ୍ସବ କରନ୍ତି)

[ସମ୍ପାଦନା]

କୌଣସି ସମାଜଗତ ବିଷୟ ଜାତିଆଣ ସଭାରେ ମୀମାଂସିତ ହୋଇ ନ ପାରିଲେ ତାହା ମୀମାଂସା କରିବା କାରଣ ଆହୁତ ୩୬: ପାଟକରେ ଲୋକଙ୍କଦ୍ୱାରା ଗଠିତ ସଭା; ଛତିଶ ପାଟକ ସଭା; ସାର୍ବଜନୀନ ସଭା — A gathering of people of various castes to consider and adjudicate upon a matter which could not be decided by a meeting of a caste-guild.

[ଦ୍ରଷ୍ଟବ୍ୟ —ଜାତିଆଣ ସଭାରେ ଜାତି ଭାଇଙ୍କ ବୁଝାମଣାରେ ଯାହାର ମନ ନ ମାନେ ସେ ବରେହି ପାଟକ ବସାଏ ସବୁ ଜାତିର ଲୋକଙ୍କୁ ଡାକି ଏକ ସ୍ଥାନରେ ବସାଇବାକୁ ସବୁବେଳେ ସମ୍ଭବପର ନ ଥିବାରୁ ଲୋକ ହାଟକୁ ଯାଇ ସେହିଠାରେ ଉପସ୍ଥିତ ବହୁ ଜାତୀୟ ଲୋକଙ୍କୁ ବସାଇ ସଭା କରନ୍ତି ଓ ତାକୁ ବରେହ ପାଟକ ସଭା ବଲାଯାଏ]