Jump to content

ବର୍ଣ୍ଣ ସଙ୍କର

ଉଇକିଅଭିଧାନ‌ରୁ

ବର୍ଣ୍ଣ ସଙ୍କର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବର୍ଣ୍ଣ=ବ୍ରାହ୍ମଣାଦି+ସଙ୍କର=ମିଶ୍ରଣ)

[ସମ୍ପାଦନା]
୧. ଅନୁଲୋମ ବା ପ୍ରତିଲୋମଜାତ ମିଶ୍ର ଜାତି —୧. Mixed caste.
୨. ବିଭିନ୍ନ ବର୍ଣ୍ଣର ସ୍ତ୍ରୀ— ପୁରୁଷ ସଂଶ୍ରବରୁ ଉତ୍ପନ୍ନ ସନ୍ତାନ; ଦୋନୋସଲା —୨. A person of mixed blood.

ସେହି ଦେଶରେ ବର୍ଣ୍ଣସଙ୍କର ଦୋଷୁଟୀ ସବୁ ଆଡ଼ରୁ ଯାଇ ରହୁଅଛି ଘୋଟି କୃଷ୍ଣସିଂହ. ମହାଭାରତ. ବର୍ଣ୍ଣ

[ ଦ୍ର— ଗରୁଡ଼ପୁରାଣ ୯୬: ଅଧ୍ୟାୟରେ ଉଦ୍ଧୃତ ଯାଜ୍ଞବଲ୍ୟୁଙ୍କ ବଚନ ଅନୁସାରେ ବର୍ଣ୍ଣସଙ୍କର ଜାତିଙ୍କ ନାମ— ବ୍ରାହ୍ମଣ ପିତା ଓ କ୍ଷତ୍ରିୟା ମାତାଙ୍କଠାରୁ ଜାତ=ମୂର୍ଦ୍ଧାବସିକ୍ତି; ଶିବ ବ୍ରାହ୍ମଣ ପିତା+ ବୈଶ୍ୟା ମାତା=ଅମ୍ୱଷ୍ଠ ବ୍ରାହ୍ମଣ ପିତା+ଶୂଦ୍ରା ମାତା=ନିଷାଦ; ପାର୍ଷତ କ୍ଷତ୍ରିୟ ପିତା+ବ୍ରାହ୍ମଣୀ ମାତା=ସୂତ କ୍ଷତ୍ରିୟ ପିତା+ ବୈଶ୍ୟା ମାତା=ମାହିଷ୍ୟ କ୍ଷତ୍ରିୟ ପିତା+ଶୂଦ୍ରା ମାତା =ଉଗ୍ର ବୈଶ୍ୟ ପିତା+ବ୍ରାହ୍ମଣୀ ମାତା=ବୈଦେହକ ବୈଶ୍ୟ ପିତା+ କ୍ଷତ୍ରିୟା ମାତା=ମାହିଷ୍ୟସୁତ; ମାଗଧ ବୈଶ୍ୟ ପିତା+ଶୂଦ୍ରା ମାତା =ଉଗ୍ରସୁତ; କରଣ ଶୂଦ୍ର ପିତା+ବ୍ରାହ୍ମଣୀ ମାତା=ଚଣ୍ତାଳ ଶୂଦ୍ର ପିତା+କ୍ଷତ୍ରିୟା ମାତା=କ୍ଷତ୍ତାର ଶୂଦ୍ର ପିତା+ବୈଶ୍ୟା ମାତା =ଆୟୋଗବ ମାହିଷ୍ୟ ପିତା+କରଣୀ ମାତା=ରଥକାର ଅନୁଲୋମଜ ଓ ପ୍ରତିଲୋମଜ ଭେଦରେ ବର୍ଣ୍ଣସଙ୍କରଙ୍କୁ ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଅଛି ମାତାଙ୍କ ଅପେକ୍ଷା ପିତାଙ୍କ ବର୍ଣ୍ଣ ଉଚ୍ଚତର ହେଲେ ଚଦୁପ୍ନନ ବ୍ୟକ୍ତି ବା ଜାତି ଅନୁଲୋମଜ ଓ ପିତାଙ୍କ ଅପେକ୍ଷା ମାତାଙ୍କ ବର୍ଣ୍ଣ ଉଚ୍ଚ ହେଲେ ତଦୁତ୍ପନ୍ନ ବ୍ୟକ୍ତି ବା ଜାତିକୁ ପ୍ରତିଭୋମଜ ବୋଲାଯାଏ]

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ବିଭିନ୍ନ ଜିତୀୟ ପିତା ଓ ମାତାଙ୍କଠାରୁ ଉତ୍ପନ୍ନ ଦୋମିଶା; ଦୋନୋସଲା —Half bred; hybride; of mixed descent.