Jump to content

ବର୍ତ୍ତି

ଉଇକିଅଭିଧାନ‌ରୁ

ବର୍ତ୍ତି

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବି—(ବୃତ୍ ଧାତୁ ଣିଚ୍; ବର୍ତ୍ତି ଧାତୁ=ଦୀପ୍ତି ପାଇବା+ କର୍ତ୍ତୃ. ଇ; ଈ)

[ସମ୍ପାଦନା]
୧. ପ୍ରଦୀପ —୧. Lamp.
୨. ପ୍ରଦୀପର ଦଶି; ବଳିତା; ଶଳିତା —୨. Lamp-; wick.
୩. ମହମ ବତୀ —୩. Wax candle.
୪. ବତର ପକ୍ଷୀ —୪. The grey quail.
୫. ତୁଳୀ —୫. Painting brush.
୬. ବାର୍ଣ୍ଣିସ୍ — ୬. Varnish.
୭. ଅଞ୍ଜନ (ହିନ୍ଦୀ - ଶ.) ନେତ୍ରାଞ୍ଜନ; ନେତ୍ର ରୋଗର ଔଷଧବିଶେଷ —୭. Collirium; a Paint for the eye.

ବର୍ତ୍ତା ହୋଇଗଲା ଯୁବତୀରତନ ନେତ୍ରରୋଗ ଗଲା ନିବର୍ତ୍ତୀ ଭଞ୍ଜ, ବୈଦେହୀଶବିଳାସ

୮. ସନ୍ଥା; ସଲେଇ; ଘଆରେ ଭରିବି କରାଯିବା ଶଳାକା (ହିନ୍ଦୀ - ଶ.) —୮. Prode.
୯. ଅନୁଲେପନ (ହିନ୍ଦୀ - ଶ.) — ୯. Ointment.
୧. (ବୃତ୍ ଧାତୁ+ଭାବ. ଇ) ଔଷଧ ତିଆରି କରିବା (ହିନ୍ଦୀ - ଶ.) —୧୦. Preparation of mediciness.
୧୧. (+କର୍ମ. ଇ) ବଟିକା (ହିନ୍ଦୀ - ଶ.) — ୧୧. Pill.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଲାଖଜାତୀୟ ବସ୍ତୁବିଶେଷ —୧. A lac-like article used in setting gems on orgaments.

[ ଦ୍ର—ଅଳଙ୍କାର ଏହାକୁ ଦେଇ ତାହା ଉପରେ ପଥର ବସାଇଲେ ପଥର ଖୁବ୍ ଟାଣ ହୋଇ ବସେ ଓ ଅଳଙ୍କାରର ସୌନ୍ଦର୍ଯ୍ୟ ମଧ୍ୟ ବଢେ ]