ବର୍ତ୍ତିବା
ଦେଖଣା
ବର୍ତ୍ତିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ବୃତ୍ ଧାତୁ)
[ସମ୍ପାଦନା]- ୧. ବଞ୍ଚିବା; ବଞ୍ଚି ରହିବା — ୧. To live ; to exist.
ଅଳପଭୋଗେ ଆତ୍ମା ତୋଷ ବର୍ଭଇ ଅବା ଉପବାସେ ଜଗନ୍ନାଥ. ଭାଗବତ
- ୨. ମୃତ୍ୟୁମୁଖରୁ ବଞ୍ଚିଯିବା —୨. To escape with life; to survive.
ବେନିବାର କି କି ପ୍ରକାରେ ବର୍ତ୍ତିଲେ ଏବେ ତୋ ଶରେ ଦେବେ ପ୍ରାଣ ବିଶ୍ୱନାଥ. ବିଚିତ୍ରାରାମାୟଣ
- ୩. ବିପଦରୁ ଉଦ୍ଧାର ପାଇବା —୩. To escape form danger.
- ୪. ଜାତ ହେବା —୪. To take birth; to be born.
ବୋଲେ ପ୍ରସନ୍ନେ ସଜତ୍କୁମାର ପେଶତେ ବର୍ତ୍ତିବେ ଯେ ଭାରର କୋଶଳେ କୁଶଳେ ଭଞ୍ଜ. ବୈଦେହୀଶବିଳାସ
- ୫. ତିଷ୍ଠିବା; ସ୍ଥିର ହୋଇ ରହିବା —୫. To stand; to remian unchanged.
ପ୍ରତାରଣା ବର୍ତ୍ତି ନ ପାରେ ତା ଆଗେ ରାଧାନାଥ, ଦରବାର
- ୬. ଫାବିବା —୬. To be attributed to; to fall on the shoulders of.
(ଯଥା—ଏ ବିଷୟରେ ତାଙ୍କଠାରେ ଦୋଷ ବର୍ତ୍ତିବ ନାହିଁ)
- ୭. ଜୀବନଯାତ୍ରା ନିର୍ବାହ କରିବା —୭. To eke out one's existence.