Jump to content

ବର୍ବର

ଉଇକିଅଭିଧାନ‌ରୁ

ବର୍ବର

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

(ଅର୍ବୋଧ୍ୟ ଭାଷା କଥକ ବିଦେଶୀୟ ବ୍ୟକ୍ତି)

[ସମ୍ପାଦନା]
୧. ନୀଚ; ପାମର —୧. Low; mean.
୨. ଅଶିଷ୍ଟ; ଅଭଦ୍ର —୨. Uncouth.
୩. ନିର୍ବୋଧ — ୩. Foolish.
୪. ମୂର୍ଖ —୪. Illiterate.
୫. ଅନାର୍ଯ୍ୟ; ଅସଭ୍ୟ; ମ୍ଳେଚ୍ଛ —୫. Barbarian; nomad; uncivilized.
୬. ଅସ୍ପଷ୍ଟ ବା ଦୁର୍ବୋଧ୍ୟ— ଭାଷୀ(ଜ୍ଞାନେନ୍ଦ୍ର) —୬. Speaking in an unintelligible jargon.

[ଦ୍ରଷ୍ଟବ୍ୟ —ଅସଭ୍ୟ ଜାତିମାନେ ସଭ୍ୟ ଜାତିର ଅବୋଧ୍ୟ ଭାଷାରେ କଥା କହୁଥିବାରୁ (ବର୍ ଧାତୁ= ଅର୍ବୋଧ୍ୟରୂପେ କହିବା) କିମ୍ୱା ଜନପ୍ରଦରେ ସ୍ଥାୟୀ ଭାବରେ ନ ରହି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ସତତ ଯାଉଥିବାରୁ (ବର୍ବ୍ୱ ଧାତୁ= ଗମନ କରିବା) ଏମାନଙ୍କର ଏହି ନାମ ହୋଇଅଛି ପ୍ରାଚୀନ ଗ୍ରୀକ୍ମାନେ ମଧ୍ୟ ଅନ ଜାତିମାନଙ୍କୁ ବାର୍ବେରିଆନ୍ (Barbarian) ଆଖ୍ୟା ପ୍ରଦାନ କରିଥିଲେ ]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଅସଭ୍ୟ ଜାତି —୧. Barbarians; nomad tribe.

୨. ନୀଚ ବ୍ୟକ୍ତି —୨. Wicked or mean person.
୩. କୃଷ୍ଣ ତୁଳସୀ —୩. The black holy basil plant.
୪. ବାମ୍ହୁଣୀ ଝାଟିଆ ଗୁଳ୍ମ —୪. A plant.
୫. ବାବୁରି ବା ବାବୁରୀ ବାଳ —୫. A mode of growing curling hair upto the neck.


୬. ପ୍ରାଚୀନ ଭାରତର ଅସଭ୍ୟଜାତି ଅଧିଷ୍ଠିତ ଦେଶ ବିଶେଷ —୬. Name of a tract of country in ancient India inhabited by a nomad tribe.

[ଦ୍ରଷ୍ଟବ୍ୟ —ମହାଭାରତ ଭୀଷ୍ମପର୍ବରେ ଓ ବାମନପୁରାଣ, ମାକଣ୍ଡେୟ ପୁରାଣରେ ବର୍ବର ଦେଶର ନାମ ଉଲ୍ଲେଖ ଅଛି, କିନ୍ତୁ ଏହା କେଉଁଠାରେ ଥିଲା ତାହା ସୁସ୍ଥିର ହୋଇ ପାରୁ ନାହିଁ ପ୍ରାଚୀନ ଗ୍ରୀକ୍ ଓ ରୋମକ ଐତିହାସିକମାନେ ସିନ୍ଧୂନଦୀ ମହାଣରେ ବର୍ବର ନାମକ ଦେଶ ଥିବାର ଲେଖି ଯାଇଅଛନ୍ତି କେତେକ ଭାରତୀୟ ଗ୍ରନ୍ଥକାର ମହାରାଷ୍ଟ୍ର ଦେଶର ଏକ ବିଭାଗର ଏହି ନାମ ଥିବାର ଲେଖିଅଛନ୍ତି 'ପ୍ରାକୃତଚନ୍ଦ୍ରିକା' ଗ୍ରନ୍ଥରେ ବର୍ବରମାନଙ୍କ କଥିତ 'ବର୍ବର—ପ୍ରାକୃତ'ର ଉଲ୍ଲେଖ ଅଛି ଅତଏବ ବର୍ବର ନାମକ ଦେଶର ଅଧିବାସୀ ଅସଭ୍ୟ ଥିଲେ ଓ ତାଙ୍କୁ ଆର୍ଯ୍ୟମାନେ ଘୃଣାଚକ୍ଷୁରେ ଦେଖୁଥିଲେ ଏମାନେ ବବୁରି ବାଳ ରଖୁଥିଲେ କ୍ରମଶଃ ଏହି ଶଦ୍ଦ ଅସଭ୍ୟ ଓ ମ୍ଳେଚ୍ଛଜାତିବାଚକ ହେଲା ପ୍ରାଚୀନ ରୋମକ ଓ ଗ୍ରୀକ୍ମାନେ ଅନ୍ୟ ଦେଶବାସୀ ଅସଭ୍ୟ ଜାତିକୁ ବର୍ବର (Barbarian) ନାମରେ ଡାକୁଥିଲେ—ହିନ୍ଦୀ - ଶ. ]

୭. ବର୍ବରକ (ଦେଖ) - —୭. Barbbaraka (See)

=== ଦେଶଜ - ବିଶେଷ୍ୟ -

ମଧ୍ୟଆଫ୍ରିକା ନିଗ୍ରୋଅଧିଷ୍ଠତି ରାଜ୍ୟପୁଞ୍ଜ; ବାର୍ବାରୀ ରାଜ୍ୟ (ଜ୍ଞାନେନ୍ଦ୍ର) —The Barbary States in the middle of Africa.