Jump to content

ବର ଝାଞ୍ଜି

ଉଇକିଅଭିଧାନ‌ରୁ

ବର ଝାଞ୍ଜି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବଳ ଝାଞ୍ଜି, ବୁର(ଳ) ଝାଞ୍ଜି, ବୋର(ଳ)ଝାଞ୍ଜିଅନ୍ୟରୂପ

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଳାଦ୍ୟା)

[ସମ୍ପାଦନା]

ପୋଖରୀଆଦିରେ ପାଣି ଉପରେ ଭାସମାନ ଏକ ପ୍ରକାର ବୁଦାଳିଆ ଦଳ — An aquatic bushy weed; Pistia Stratiotes; Duck weed.

[ଦ୍ରଷ୍ଟବ୍ୟ —ଏହାର ଚେର ପାଣି ମଧ୍ୟକୁ ଲମ୍ୱି ଥାଏ ପତ୍ରର ଉପରେ ପାଖ କୋମଳ ଓ ମସୃଣ; ପାଣି ପଡ଼ିଲେ ପଦ୍ମ ପତ୍ରରେ ପାଣି ପଡ଼ିଲା ପରି ଢଳ— ଢଳ ହୁଏ

ବୈଦିକ ମତରେ ଏହା ଶୀତବୀର୍ଯ୍ୟ; ତିକ୍ତ ମଧୁର କଟ୍ ରସ, ଲଘୁ, ସାରଳ, ତ୍ରିଦୋଷନାଶକ, ରକ୍ତ ଦୁଷ୍ଟି, ଜ୍ୱର ଓ ଶୋଷନାଶକ ଯେଉଁ ଆଡ଼କୁ ପବନ ଦିଏ ପୋଖରୀରେ ଭାସୁଥିବା ବରଝାଞ୍ଜି ସେହି ଆଡ଼କୁ ଆଉଜି ଯାଏ; ଏଥିପାଇଁ କୌଣସି ବ୍ୟକ୍ତି ସାମାନ୍ୟ ପ୍ରରୋଚନାରେ ଏକ ପକ୍ଷ ତ୍ୟାଗ କରି ଅପର ପକ୍ଷକକୁ ସମର୍ଥନ କଲେ ତାକୁ ବର ଝାଞ୍ଜି ସଙ୍ଗେ ତୁଳନା କରନ୍ତି କୀର୍ତ୍ତିକକାର ତାଙ୍କ ଭାରତୀୟ ଉଦ୍ଭିଦ (Indian plants) ପୁସ୍ତକରେ ଲେଖି ଅଛନ୍ତି ଯେ ଏହି ଦଳରୁ ଗୁଡ଼ିଏ ନେଇ ଘରେ ଜମା କଲେ .ସେ ଘରେ ଥିବା ଛାର ପୋକ (ଓଡ଼ଶ) ମାନେ ତହିଁ ପ୍ରତି ଆକୃଷ୍ଟ ହୋଇ ଆସି ଉକ୍ତ ଦଳରେ ଜମା ହୋଇ ମରି ଯାଆନ୍ତି ଏହା କେତେକ ଜେଲଖାନାରେ ପରୀକ୍ଷିତ ହୋଇଅଛି]