ବଲ୍ଲ
ଦେଖଣା
ବଲ୍ଲ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି(ବଲ୍ଲ ଧାତୁ=ଆଛାଦନ କରିବା+କର୍ତ୍ତୃ. ଅ)
[ସମ୍ପାଦନା]- ୧. ପରିମାଣ ବିଶେଷ; ତିନିଗୁଞ୍ଜା ବା ରତି ଓଜନ —୧. A standard of weight.
[ଦ୍ରଷ୍ଟବ୍ୟ —ସୁନା ରୂପା ଆଦିର ଓଜନ କରିବାରେ ଏ ୩ ଗୁଞ୍ଜାର ଓ ବୈଦ୍ୟକ ମତରେ ଏହା ୨ ଗୁଞ୍ଜାରେ ଓଜନ ଧରାଯାଏଷ ରାଜ— ନିର୍ଘଣ୍ଟୁରେ ଏହା ୭ ଗୁଞ୍ଜାରେ ସମାନ ବୋଲି ନିର୍ଦ୍ଦିଷ୍ଟ ହେଇ ଅଛି—ହିନ୍ଦୀ - ଶ.]
- ୨. ଆହାର; ଭକ୍ଷ୍ୟ ଦ୍ରବ୍ୟ —୨. Victuals.
- ୩. ଶସ୍ୟାଦି ପାଛୁଡ଼ିବା —୩. Winnowing of corn.
[ଦ୍ରଷ୍ଟବ୍ୟ —ଶସ୍ୟାଦି ଅମଳ ହେବା ପରେ ତୁଷ ମିଶାଇ ଶସ୍ୟରୁ ପବନଦ୍ୱାରା ତୁଷକୁ ଅଲଗା କରିବା ପାଇଁ ଉଚ୍ଚରୁ ତଳକୁ ପତଳା କରି ଶସ୍ୟାଦିକୁ ସ୍ତର ସ୍ତର କରି ଅଜାଡ଼ିବାକୁ ବଲ୍ଲ ବୋଲାଯାଏ]
- ୪. ନିଷେଧ (ହିନ୍ଦୀ - ଶ) —୪. Prohibition.
- ୫. ଆବରଣ (ହିନ୍ଦୀ - ଶ.) —୫. Covering.
- ୬. ଶଲ୍ଲକୀ ବୃକ୍ଷ (ହିନ୍ଦୀ - ଶ.) —୬. A kind of wild tree; Acacia.