ବଲ୍ସଭିସ୍ମ
ବଲ୍ସଭିସ୍ମ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା][ବଲ୍ଲଭିସ୍ମ, ବଲ୍ଲଭିଜମ୍, ବଲ୍ଲସି(ସ)ଭିସ୍ମ—ଅନ୍ୟରୂପ]
ବୈଦେଶିକ - ବିଶେଷ୍ୟ - (ଇଂ)
[ସମ୍ପାଦନା]ସାମ୍ୟବାଦିନୀତି —Bolshevism.
[ଦ୍ରଷ୍ଟବ୍ୟ —ଊନବିଂଶ ଶତାଦ୍ଦୀର ଶେଷଭାଗରେ ଓ ବିଶେଷତଃ ବିଗତ ଇଉରୋପୀୟ ମହାଯୁଦ୍ଧ (ଖ୍ରୀ. ୧୯୧୫: ) ସମୟରେ ଇଉରୋପେର ଓ ବିଶଷତଃ ରୁସିଆରେ ଗୋଟିଏ ପ୍ରକାରର ସାମ୍ୟବାଦୀ Socialismର ପ୍ରାଦୁର୍ଭାବ ହେଲା ଓ ତହିଁ ଫଳରେ ରୁସିଆରେ ଓ ଅନ୍ୟ କେତେକ ଦେଶରେ ଏହି ନୀତି ପ୍ରବଳରୂପେ ବିସ୍ତାରିତ ହେଲା ଏହି ନୀତି ଫଳରେ କେତେକ ଦେଶରୁ ରାଜତନ୍ତ୍ର ଉଠିଗଲା ଓ ପ୍ରଜାତନ୍ତ୍ର ପ୍ରତିଷ୍ଠିତ ହେଲା ଏ ସାମ୍ୟବାଦୀକର ବୀଜ ଫ୍ରେଞ୍ଜରିଭଲ୍ୟୁସେନ୍ (ଫରାସୀ ରାଷ୍ରବିପଳ୍ୱ) ଯୁଗରୁ ପୋତା ହେଇ ଗଜୁରୁଥିଲେହେଁ ତାହା ବଲସ୍ ଭିଜ୍ମରୂପ ଧାରଣ କରିନଥିଲା ଏହି ନୀତିବାଦୀମାନଙ୍କର ମତ ଏହି ବିଶେଷ୍ୟ - ରାଜ୍ୟରେ ବଡ଼ ଲୋକ ଗରୀବ ଲୋକ ମଧ୍ୟରେ ପ୍ରଭେଦ ରହିବ ନାହିଁ; ଦେଶରୁ ରାଜା; ଧନୀ, ମହାଜନ, ଶେଠ ଶ୍ରେଣୀ— ମାନ ଲୁପ୍ତ ହେବ ଆପାମର ସାଧାରଣତନ୍ତ୍ରଙ୍କର ଦେଶର ସମସ୍ତ ଭୂମି; ସମସ୍ତ ସମ୍ପତ୍ତି, ସମସ୍ତ ଅଧିକାର ଓ ପଦରେ ସମାନ ଅଧିକାର ରହିବ; ଏମନ୍ତ ବିଶେଷ୍ୟ - ଅଚ୍ଛେଦ୍ୟ 'ବିବାହବନ୍ଧନ' ନାମରେ କୌଣସି ବନ୍ଧନ ସମାଜରେ ରହିବ ନାହିଁ ଓ ଦେଶରେ ଧର୍ମାନୁଷ୍ଠାନମାନ ଲୁପ୍ତ ହେବ]