Jump to content

ବଳଦେବ

ଉଇକିଅଭିଧାନ‌ରୁ

ବଳଦେବ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବଳ= ବଳବାନ୍+ଦେବ=ଦେବତା)

[ସମ୍ପାଦନା]
୧. ବଳରାମ; ହଳାଯୂଧ; କୃଷ୍ଣଙ୍କ ବଡ଼ ବୈମାତ୍ର ଭାଇ ଓ ରୋହିଣୀଙ୍କ ପୁତ୍ର —୧. Elder step-brother of Ṡrīkṛushṇa.

[ଦ୍ରଷ୍ଟବ୍ୟ —ଏ ବାଲ୍ୟକାଳରୁ ଶ୍ରୀକୃଷ୍ଣଙ୍କ ସଙ୍ଗେ ଗୋକୁଳ (ବୃନ୍ଦାବନ)ରେ ଥିଲେ ଓ ପରେ ତାଙ୍କ ସଙ୍ଗେ ମଥୁରାରକୁ ଆସିଥିଲେ ଏ ବଡ଼ ଉଦ୍ଦଣ୍ଡ ଥିଲେ ଓ ମଦ୍ୟପାନ କରୁଥିଲେ ଏ ବର୍ଣ୍ଣରେ ଗୌର ଥିଲେ ଏହାଙ୍କ ଅସ୍ତ୍ର ହଳ ଓ ମୂଷଳ ଥିଲା ଏହାଙ୍କ ରଥର ପତକାରେ ତାଳ ଚିହ୍ନ ଥିଲା ପୌରାଣିକ ସୂତ୍ର ମୁନିଙ୍କ ଧୃଷ୍ଟତାରେ କ୍ରୁଦ୍ଧ ହୋଇ ବଳରାମ ତାଙ୍କୁ ନିହିତ କରିଥିଲେ— ହିନ୍ଦୀ - ଶ.]

୨. ପବନ —୨. Wind.