ବଳାହକ
ଦେଖଣା
ବଳାହକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବଳ=ଶକ୍ତି+ ଅନ୍ହ୍ ଧାତୁ=ଗମନ କରିବା+ କର୍ତ୍ତୃ. ଅକ; ଯେ ବଳ ପ୍ରକାଶ କରି ଗତି କରେ କିମ୍ୱା ବାରି+ବାହ= ନିପାତନ ସିଦ୍ଧ)
[ସମ୍ପାଦନା]- ୧. ମେଘ — ୧. Cloud.
- ୨. ପର୍ବତ —୨. Mountain.
(୧+୨: ) ବଳାହକୁଁ ୧ ଛିଡ଼ି ପଡ଼ି ବିଜୁଳି ବଳାହକ ୨ ଉପରେ କିତା ଖେଳି—ଭଞ୍ଜ ବୈଦେହୀଶବିଳାସ
- ୩. ଦୈତ୍ୟବିଶେଷ —୩. Name of a demon.
- ୪. ସର୍ପ— ବିଶେଷ —୪. A spicies of serpent.
- ୫. ମୁଥା — ୫. Grass-root.
- ୬. ଅଶ୍ୱବିଶେଷ, —୬. A species of horse.
ବରଷାକାଳ ତା କଳ୍ପେ ବଳାହକ ମେଘପୁଷ୍ପେ ଶୋଭା ଘୋର ଚକ୍ରେ ବ୍ୟାପେ ପ୍ଳବଗ ତୋଷେ ଭଞ୍ଜ ବୈଦେହୀଶବିଳାସ
- ୭. ଶ୍ରକୃଷ୍ଣଙ୍କ ରଥରେ ଗୋଟିଏ ଘୋଡ଼ାର ନାମ (ହିନ୍ଦୀ - ଶ.) — ୭. Name of one of the pair of horses drawing Ṡrīkṛushṇa's chariot.
- ୮. ପୌରାଣିକ ପର୍ବତବିଶେଷ ୮. Name of a mythological mountain.
[ଦ୍ରଷ୍ଟବ୍ୟ —ଲିଙ୍ଗପୁରାଣ ମତରେ ଏହା ଶାଳ୍ମଳିଦ୍ୱୀପରେ ଓ ମତ୍ସ୍ୟ— ପୁରାଣ ମତରେ ଏହା କୁଶଦ୍ୱୀପରେ ଅବସ୍ଥିତ—ହିନ୍ଦୀ - ଶ]
- ୯. ଜୟଦ୍ରଥର ଏକ ଭାଇ (ହିନ୍ଦୀ - ଶି) — ୯. Name of a brother of Jayadratha.