ବଳି

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଦୈତରାଜ ବିରୋଚନ ପୁତ୍ର ଓ ପ୍ରହ୍ଲାଦ ପୌତ୍ର
  • ନୈବେଦ୍ୟ; ଭୋଗ; ପୂଜାର ଉପକରଣ ବା ସାମଗ୍ରୀ
  • ଛେଦନଯୋଗ୍ୟ ପୂଜାପଶୁ
  • କର; ରାଜକର; ରାଜସ୍ଵ
  • ଖାଦ୍ୟାଂଶ; ଅଇଠା
  • ଭୂତ ଯଜ୍ଞ; ବୈଶ୍ଵଦେବ
  • ବୈଶ୍ଵଦେବରେ ଦିଆଯିବା ପିଣ୍ତମାନ; ବୈଶ୍ଵଦେବ
  • ଚଣ୍ତ; ପୂଜା ପରେ ପୂଜା ସାମଗ୍ରୀରୁ କଢାଯିବା ଅଂଶ
  • ପଶୁ ଯଜ୍ଞ; ଯଜ୍ଞରେ ପଶୁ ବଧ
  • ଚାମର ଦଣ୍ତ; ଚଅଁର ବେଣ୍ଟ
  • ଜରା ଜନିତ ଶ୍ଳଥ ଚର୍ମ; ବିଲୋଳ ଚର୍ମ; ପଳିତ ଚର୍ମ
  • ଉଦରାଦି ଅଙ୍ଗରେ ତରଙ୍ଗିତ ମାଂସ; ପୁଟୀ
  • ଅର୍ଶୋରୋଗ ଜନିତ ମଳଦ୍ଵାରର ମୁହଁରେ ବା ଠିକ୍ ଭିତରକୁ ବାହାରିବା ମାଂସ ଗୁଟିକା; ଗୁଦାଙ୍କୁର; ଗୁହ୍ୟ ଦ୍ଵାରାଭ୍ୟନ୍ତରସ୍ଥ ମାଂସ ପିଣ୍ତ
  • ଶରୀରର ରେଖା
  • ଗୃହଦାରୁ ବିଶେଷ; ତୁଳିୟା ଖୁଣ୍ଟ
  • ନୀଧ୍ର; ଘରଚାଳର ଓଳି
  • ରାଜକର; ରାଜସ୍ଵ
  • ରେଖା
  • ଗନ୍ଧକ
  • ଶ୍ରେଣୀ; ପଂକ୍ତି
  • ଏକପ୍ରକାର ବାଦ୍ୟ
  • ଉପହାର; ଭେଟୀ
  • ଭକ୍ଷ୍ୟ ବସ୍ତୁ; ଅନ୍ନ ଆହାର
  • ବିଶିଷ୍ଟ ଦେବତାଙ୍କ ଉଦ୍ଦେଶ୍ୟରେ ପୃଥକକୃତ ଯଜ୍ଞାଦିରେ ନିବେଦିତ ବସ୍ତୁର ଅଂଶ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଲକ୍ଷ୍ୟ
  • ବଳଭଦ୍ର, ବଳରାମ, ବଳଦେବ ଆଦିଙ୍କ ଡାକ ନାମ
  • ମହତ୍ ଉଦ୍ଦେଶ୍ୟରେ ଜୀବନ ଆଦିର ସମର୍ପଣବଳି

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)

ସଂସ୍କୃତ - ବିଶେଷ୍ୟ - (ବଳ୍ ଧାତୁ=ଦାନ କରିବା; ବଧ କରିବା+କର୍ତ୍ତୃ. ଇ)[ସମ୍ପାଦନା]

୧. ଦୈତରାଜ ବିରୋଚନ ପୁତ୍ର ଓ ପ୍ରହ୍ଲାଦ ପୌତ୍ର — ୧. Name of a demon king who was pressed down to the nether regions by Bishṇu in his third incarnation.

[ଦ୍ରଷ୍ଟବ୍ୟ —ବିଷ୍ଣୁ ବାମନ ଅବତାରରେ ନିଜେ ଦେହରୁ ତୃତୀୟ ପାଦ କାଢ଼ି ତଦ୍ଦ୍ୱାରା ଏ ରାଜାଙ୍କୁ ପାତାଳକୁ ଚାପିଥିଲେ]

୨. (+କରଣ. ଇ) ନୈବେଦ୍ୟ; ଭୋଗ; ପୂଜାର ଉପକରଣ ବା ସାମଗ୍ରୀ —୨. Offerings to a Deity; the ingredients of materials offered to a Deity.

ଭେଟିଲେ ଆସି ପାଣ୍ଡ ସୁତେ ଘେନି ବଳି କୃଷ୍ଣସିଂହ ମହାଭାରତ ସଭା

୩. ଛେଦନଯୋଗ୍ୟ ପୂଜାପଶୁ —୩. An animal for sacrifice; victim.

[ଦ୍ରଷ୍ଟବ୍ୟ —ଶାସ୍ତ୍ରରେ ବଳିପଶୁ ୧ ପ୍ରକାର ଉଲ୍ଲେକ ଅଛି; ଯଥା—ମୃଗ, ଛାଗ, ମେଷ, ମହହିଷ, ଶୂକର, ଶଲ୍ଲୀକୀ, ଶଶକ, ଗୋଧା, କୃର୍ମ ଓ ଗଣ୍ଡାର]

୪. କର; ରାଜକର; ରାଜସ୍ୱ —୪. Revenue; tax.

[ଦ୍ରଷ୍ଟବ୍ୟ —ଭୂମିର ଉତ୍ପନ୍ନ ବସ୍ତୁ ଯେଉଁ ଅଂଶ (ସାଧାରଣତଃ ଷଷ୍ଠାଂଶ) ପ୍ରଜା ରାଜାଙ୍କୁ ଦେଉଥିଲା ତାହାକୁ ସ୍ମୃତି ଶାସ୍ତ୍ରରେ ବଳି ବୋଲା ଯାଇଅଛି—ହି . ଶ.]

୫. ଖାଦ୍ୟାଂଶ; ଅଇଁଠା —୫. Leavings of th table.
୬. ଭୂତ ଯଜ୍ଞ; ବୈଶ୍ୱଦେବ —୬. A daily offerings of guests, ancestors, dogs crows, sweepers).
୭. ବୈଶ୍ୱଦେବରେ ଦିଆଯିବା ପିଣ୍ଡମାନ; ବୈଶ୍ୱଦେବ — ୭. Oblations given to several beings in B&aline;i̱ṡwadeba.

[ଦ୍ରଷ୍ଟବ୍ୟ —ହିନ୍ଦୁ ଗୃହସ୍ଥର ଦୈନିକ କର୍ତ୍ତବ୍ୟ ପଞ୍ଚ ଯଜ୍ଞ ମଧ୍ୟରୁ ଏହା ୪ର୍ଥ ବା ଭୂତ ଯଜ୍ଞ; ଏଥିରେ ଗୃହସ୍ଥ ନିଜର ଭୋଜ୍ୟାନ୍ନରୁ କିଛି ଅଂଶ ପୃଥକ୍ କରି କାକ, ଚାଣ୍ଡାଳ, କୁକ୍କୁର ଆଦିଙ୍କ ଉଦ୍ଦେଶ୍ୟରେ ତାହା ଘରର ବାହାରେ ରଖି ଦିଅନ୍ତି]

୮. ଚଣ୍ଡ; ପୂଜା ପରେ ପୂଜା ସାମଗ୍ରୀରୁ କଢ଼ାଯବା ଅଂଶ — ୮. A fixed portion (generally a quarter) taken out of the offerings to a Deity and set apart for a secondary or dependant Deity.

[ଦ୍ରଷ୍ଟବ୍ୟ —ଚଣ୍ଡ ବଳି ତଳେ ନୋଟ ଦେଖ]

୯. ପଶୁ ଯଜ୍ଞ; ଯଜ୍ଞରେ ପଶୁ ବଧ — ୯. Animal sacrifice.
୧. ଚାମର ଦଣ୍ଡ; ଚଅଁର ବେଣ୍ଟ —୧୦. The bandle of a chowrie fan.
୧୧. ଜରା ଜନିତ ଶ୍ଳଥ ଚର୍ମ; ବିଲୋଇ ଚର୍ମ; ପଳିତ ଚର୍ମ —୧୧. Wrinkle; skin shrivelled up through old age.
୧୨. ଉଦରାଦି ଅଙ୍ଗରେ ତରଙ୍ଗିତ ମାଂସ; ପୁଟୀ —୧୨. Folds of skin covered flesh appering on the belly.

ସେ ବିଚିତ୍ର ବଳୀ ବଳୀ ଶୋରୀ ଦେଇ ବଳି ବଳିଭୁକେ ପୂଚ୍ଛ ବାରତା ଆଳୀ ଆଳୀ ଭଞ୍ଜ ପ୍ରେମସୂଧାନିଧି.

୧୩. ଅର୍ଶୋରୋଗ ଜନିତ ମଳଦ୍ୱାରର ମୁହଁରେ ବା ଠିକ୍ ଭିତରକୁ ବାହାରିବା ମାଂସ ଗୁଟିକା; ଗୁଦଙ୍କୁର; ଗୁହ୍ୟ ଦ୍ୱାରାଭ୍ୟନ୍ତରସ୍ଥ ମାଂସ ପଣ୍ଡ —୧୩. A ball-like for mation just at the mouth of the rectum above the anus in piles.

[ଦ୍ରଷ୍ଟବ୍ୟ —ଅର୍ଶ ୨ ପ୍ରକାର; ଏକ ପ୍ରକାର ବହିର୍ବଳ (Blind plies) ଯହିଁରେ ମାଂସ ଗୁଟିକା ଗୁହ୍ୟ ଦ୍ୱାରର ବାହାରେ ଥାଏ ଓ ଅନ୍ତର୍ବଳି (Bleeding piles), ଯହିଁରେ ମାଂସ ଗୁଟକା ଗୁହ୍ୟ ଦ୍ୱାରର ମୁହଁ ଭିତରେ ହୁଏ ଓ ଯହିଁରୁ ଖୁବ୍ ରକ୍ତସ୍ରାବ ହୁଏ ବହିର୍ବଳ ଆକାରରେ ଛେଳିର ଚୀର (ଚୂଚୂକ) ପରି ଏଥିରେ ରକ୍ତସ୍ରାବ ହୁଏ ନାହିଁ; କିନ୍ତୁ ଏହା ଭାରି ବିନ୍ଧେ ଓ ଯନ୍ତ୍ରଣା ଦିଏ]

୧୪. ଶରୀରର ରେଖା ୧୪. Lines on the body.
୧୫. ଗୃହଦାରୁ ବିଶେଷ; ତୁଳିୟା ଖୁଣ୍ଟ —୧୫. The tallest pillar in a thatched house.
୧୬. ନୀଧ୍ର; ଘର ଚାଉଳର ଓଳି —୧୬. The lower edge of the thatch.
୧୭. ରାଜକର; ରାଜସ୍ୱ (ହିନ୍ଦୀ - ଶ.) —୧୭. Rent; revenue.
୧୮. ରେଖା (ହିନ୍ଦୀ - ଶ.) —୧୮. Line.
୧୯. ଗନ୍ଧକ (ଦ୍ରବ୍ୟଗୁଣ) —୧୯. Sulphur.
୨. ଶ୍ରେଣୀ; ପଂକ୍ତି (ହିନ୍ଦୀ - ଶ) —୨୦. Row.
୨୧. ଏକ ପ୍ରକାର ବାଦ୍ୟ (ହିନ୍ଦୀ - ଶ.) —୨୧. A kind of musical instrument.
୨୨. ଉପହାର; ଭେଟୀ (ହିନ୍ଦୀ - ଶ.) —୨୨. Present.
୨୩. ଭକ୍ଷ୍ୟ ବସ୍ତୁ; ଅନ୍ନ ଆହାର (ହିନ୍ଦୀ - ଶ.) — ୨୩. Food.
୨୪. ବିଶିଷ୍ଟ ଦେବତାଙ୍କ ଉଦ୍ଦେଶ୍ୟରେ ପୃଥକ୍କୃତ ଯଜ୍ଞାଦିରେ ନିବେଦିତ ବସ୍ତୁର ଅଂଶ — ୨୪. Parts of the offerings kept apart for particular Deities in a sacrifice.

ସେ ବିଚିତ୍ର ବଳୀ ବଳୀ ଶୋଭି ଦେଇ ବଳୀ ବଳୀ ଭୁଲେ ପୃଚ୍ଛୁଁ ବାର୍ତ୍ତା ଅଳୀ ଅଳୀ ଭଞ୍ଜ ପ୍ରେମସୂଧାନିଧି


ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଲାକ୍ଷା (ଧ୍ୱନିମଞ୍ଜରୀ) —୧. Lac.
୨. (ଆଦରାର୍ଥକ) ବଳଭଦ୍ର, ବଳରାମ, ବଳଦେବ ଆଦିଙ୍କ ଡ଼ାକ ନାମ — ୨. (a term of endearment) The name for calling persons whose names begin with the word (Baḻa).
୩. (ସଂସ୍କୃତ - ବଳି) (ଲକ୍ଷଣାର୍ଥ) ମହତ୍ ଉଦ୍ଦେଶ୍ୟରେ ଜୀବନ ଆଦିର ସମର୍ପଣ (ଯଥା—ଆତ୍ମବଳି, ସ୍ୱାର୍ଥବଳି) —୩. (figurative) Offering of something (e.g. one's life, one's selfish aims) for some great object; sacrifice for some noble object.

ପ୍ରାଦେଶିକ - (ସୋନପୁର)—ବି[ସମ୍ପାଦନା]

ଯେଉଁ ବ୍ୟକ୍ତିଠାରେ ଠାକୁରାଣୀ ଅବିଷ୍ଟା ହୁଅନ୍ତି ବା ଉଭା ହୁଅନ୍ତି —A person who is possessed by a Goddess.

[ଦ୍ରଷ୍ଟବ୍ୟ —ଆଶ୍ୱିନ ପର୍ବ ସମୟରେ ସମଲେଇ ଠାକୁରାଣୀ ଯେଉଁ ଡ଼ାଙ୍ଗୁଆ (ସେବକ)ଠାରେ ଉଭା ହୁଅନ୍ତି, ସେହି ବ୍ୟକ୍ତି ଠାକୁରାଣୀଙ୍କ ନିକଟରେ ବଳି ଦିଆଯାଇ ଥିବା ପଶୁର ଗଣ୍ଡିକୁ ହାତରେ ଧରି ତାହାର ତୋଟିରୁ ସ୍ରବୁ ଥିବା ରକ୍ତକୁ ଶୋଷି କରି ପିଇ ସେ ଗଣ୍ଡିକୁ ତଳେ ପକାଇ ଦିଏ ସୋନପୁର ଅଞ୍ଚଳରେ ଯେଉଁ ଜୀବକୁ ବଳି ଦିଆ ଯାଏ ତାହାର ନାମ ପଶୁ ଓ ଯାହାଠାରେ ଠାକୁରାଣୀ ଊଭା ହୁଅନ୍ତି ତାହାକୁ ବଳି କହନ୍ତି]