Jump to content

ବଳିଆ

ଉଇକିଅଭିଧାନ‌ରୁ

ବଳିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବଳିଆ କୁକୁର—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଶ୍ୱାନ ଜାତୀୟ ବନ୍ୟ ହିଂସ୍ରଜନ୍ତୁ ବିଶେଷ — ୧. Wild ferocious dog.

[ଦ୍ରଷ୍ଟବ୍ୟ —ଏମାନେ ଦୁଇ ପ୍ରକାରର, ଯଥା— ପାଟ ବଳିଆ ଓ ଖଗ ବଳିଆ ଏମାନେ ଯେଉଁ ଅଞ୍ଚଳରେ ରହନ୍ତି ବାଘ ସେଠାରୁ ଭୟରେ ଛାଡ଼ି ପଳାଏ ଏମାନେ ମୃଗ ଆଦିଙ୍କୁ ଗୋଡ଼ାଇ ପଛ ଆଡ଼ୁ କାମୁଡ଼ି କାମୁଡ଼ି ଘାଇଲା କରି ମାରି ପକାନ୍ତି ଓ ଖାଇଯାନ୍ତି ପାଟବିଳିଆମାନେ ସ୍ତ୍ରୀ ପୁରୁଷ ଯୋଡ଼ାଏ ଲେଖାଏଁ ବିତରଣ କରନ୍ତି ଖଗବଳିଆମାନେ ଦଳବଦ୍ଧ ହୋଇ ବିଚରଣ କରନ୍ତି ପାଟବଳିଆମାନେ ଖଗବଳିଆଙ୍କଠାରୁ ଆକାରରେ ବଡ଼ ଏମାନଙ୍କ ଲୋମ ଇଟାଳିଆ]

୨. (ଏହା ବଳାଯାଇ ଥିବାରୁ) ଶିଆଳି ଲଇରେ ବଳା ହୋଇ— ଥିବା ମୋଟ ଦଉଡ଼ି —୨. A twisted thic rope of Ṡiāḻi creepers.

[ଦ୍ରଷ୍ଟବ୍ୟ —ଏ ଦଉଡ଼ିଦ୍ୱାରା ବାଉଁଶ ପଟାଳି ଓ ଡ଼ଙ୍ଗା ଆଦିକୁ ଟଣା ଯାଏ ଏହା ସର୍ବଦା ପାଣିରେ ଓଦା ହେଲେ ତା ବା ଝୋଟ ଦଉଡ଼ି ପରି ପୋକରା ହୋଇ ଯାଏ ନାହିଁ]

୩. (ଅନାଦରାର୍ଥକ) ବଳବଦ୍ର, ବଳଦେବ, ବଳରାମଆଦିଙ୍କ ଡାକନାମ —୩. A name for calling persons whose names begins with the word Baḻa.