ବଳିଆଇବା
ଦେଖଣା
ବଳିଆଇବା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ବଳ)
[ସମ୍ପାଦନା]- ୧. ବଳାଇବା (ଦେଖ) - ; ଅତିରିକ୍ତ ହେବା —୧. To exceed; to excel,
ସୁଭଦ୍ରାଙ୍କ ସୁତ ଅଭିମନ୍ୟୁ ତହିଁ ପଶିଗଲେ ସମସ୍ତ ବୀରଙ୍କୁ ବଳିଆର କୃଷ୍ଣସିଂହ ମହାଭାରତ ଆଦି
- ୨. ଅତିରିକ୍ତ କଥା କହିବା; ବିଶେଷ ଅନୁରୋଧ କରି କହିବା —୨. To speak repeatedly or much.
ଝନି ମୋର ମରଜିଲେ ପୁଣି କେତେ ବଳିଆର କହୁ ଥାଉ କବିସୂର୍ଯ୍ୟ—ସଙ୍ଗୀତ
- ୩. ବଳି ପଡ଼ିବା; ଆଗ ବଳିଯିବା —୩. To outdo; to surpass.
ବଳିଆଇଁ କହି ଆଗ ମୁହିଁ ତୁହି ମରିବୁ ପଛରେ ଭଞ୍ଜ ବୈଦେହୀଶିବିଳାସ
- ୪. ବିଶେଷ ଭାବରେ ଜିଗର କରିବା —୪. To insist; to persist; to importance.
ଆଉ ବଳିଆଇ କହିବା ମୋତେ କୋହୂ କୃଷ୍ଣସିଂହ ମହାଭାରତ ବନ
- ୫. ଅନାଦର କରିବା —୫. To show disrespect; to treat unlovingly.
ଇନ୍ଦ୍ରଙ୍କୁ ବଳିଆଇ ଯାଗ ଭାଗ ମୁହିଁ ତୁମ୍ଭଙ୍କୁ ଦେବି ଏଥି ସନ୍ଦେହ ତ ନାହିଁ କୃଷ୍ଣସିଂହ ମହାଭାରତ ବନ
- ୬. ଲଙ୍ଘିବା; ଏଡ଼ିବା —୬. To overstep; to avoid.
ବର ପାଇଥିବାରୁ ମୋତେ ବଳିଆଇ ଯିବାକୁ ତୁମ୍ଭର ଶକତି ହେଉ ନାହିଁ କୃଷ୍ଣସିଂହ ମହାଭାରତ ବନ