ବଳିଆର
ଦେଖଣା
ବଳିଆର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବଳିଆର
|
ଦେଶଜ - ବିଶେଷଣ - (ସଂସ୍କୃତ - ବଳୀୟାନ୍)
[ସମ୍ପାଦନା]- ୧. ବଳୀୟାନ; ବଳବତ୍ତର — ୧. Stronger.
- ୨. ବଳିଷ୍ଠ; ବଳବତ୍ତମ — ୨. Strongest.
ସେ ମହାବିଧି ବଳୀୟାର—ମଧୂସୂଦନ ଛାନ୍ଦମାଳା
- ୩. ବଳୁଆ —୩. Strong; mighty.
ପାଣ୍ଡୁଙ୍କର ସୁତେ ମହାବଳିଆର—କୃଷ୍ଣସିଂହ ମହାଭାରତ ଆଦି
- ୪. ବଡ଼; ବୃହତ୍; ଅତି ବଡ଼ —୪. Great; very great.
ତାହାର ପେଟ ବଳିଆର କେ ଦେବ ସମ୍ପୂର୍ଣ୍ଣ ଆହାର—ଭୁପତି ପ୍ରେମପଞ୍ଚାମୃତ
- ୫. ବେକାୟ; ଅତ୍ୟଧିକ —୫. Excessive; very much.
ସନ୍ତାପ ସେ ରାମାର ବଳିଆର—ଅଭିମନ୍ୟୁ ବିଦଗ୍ଧଚିନ୍ତାମଣି
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଅତ୍ୟନ୍ତ — Very much; too much; excessively.
(ଯଥା—ବହୁକାଳ ପରେ ମତେ ଦେଖି ସେ ବଳିଆର କାନ୍ଦିଲା)