ବଳି ପଡ଼ିବା
ଦେଖଣା
ବଳି ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ସଂସ୍କୃତ - ବଳି) (ପଶୁ) ଦେବତାଙ୍କ ଆଗରେ ବଳିରୂପେ ହାଣ ଖାଇବା; ବୋଦା ପଡ଼ିବା — ୧. To be killed or slain before a Deity as a victim.
- ୨. (ସଂସ୍କୃତ - ବହୁଳ) ବହକି ପଡ଼ିବା; ଅଧିକା ହେବା; ଉଦ୍ୱୃତ୍ତ ରହିବା —୨. To be in excess; to exceed; to outstand; to remain over.
- ୩. ଟପିଯିବା; ଅତିକ୍ରମ କରିଯିବା —୩. To outturn; to pass over.
- ୪. ବୃଦ୍ଧି ପାଇବା —୪. To increase.
ଏହା ଶୁଣି ବଳି ପଡ଼ିଛି ମୋ ଉତ୍ସାହ— କୃଷ୍ଣସିଂହ ମହାଭାରତ ବନ
- ୫. ସୀମା ଅତିକ୍ରମ କରିବା —୫. To pass beond bounds; to exceed the limit.
ରୂପତେ ସିନା ମୁଁ ତୋତେ ପଚାରୁଛି ବଳିପଡ଼ିବାରୁ ବ୍ୟଥା— କବିସୂର୍ଯ୍ୟ କିଶୋରୀଚମ୍ପୂ ଚ ଗୀତ
- ୬. ଅସହ୍ୟ ହେବା —୬. To be unbearrable.
- ୭. ସର୍ବାପେକ୍ଷା ଅଧିକ ହେବା —୭. To preponderate.
ଏହିରୂପେ ବିଚାରୁ ବଳିପଡ଼ି ଶୋକ ଗିଳିଦେଲା ଦମୟନ୍ତୀଙ୍କର ବିବେକ—କୃଷ୍ଣସିଂହ ମହାଭାରତ ବନ