ବଳୟ
ଦେଖଣା
ବଳୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବଳ୍ ଧାତୁ=ବେଷ୍ଟନ କରିବା+ କର୍ତ୍ତୃ. ଅୟ)
[ସମ୍ପାଦନା]- ୧. କରଭୂଷଣ; କଙ୍କଣ; ଖଡ଼ୁ — ୧. Wrislet; bracelet.
[ଦ୍ରଷ୍ଟବ୍ୟ —ଓଡ଼ିଆରେ ଗୋଡ଼ର ଭୂଷଣ 'ବଳା' ଓ ବଙ୍ଗଳାରେ ହାତର ଭୂଷଣ 'ବାଲା' ଏହି ଶବ୍ଦର ଅପଭ୍ରଂଶ]
- ୨. ବାଡ଼ି ଅଗରେ ବସାଯିବା ଧାତୁନିର୍ମିତ ମୁଦିଆ ବା ବଳା — ୨. A circular ring of metal.
- ୩. ଗୋଲାକାର ବାଡ଼; ବେଷ୍ଟନ —୩. A circular enclosure.
- ୪. ମଣ୍ଡଳ —୪. Circle.
- ୫. (+ ଦ୍ଭାବେ. ଅୟ) ବେଷ୍ଟନ —୫. Circumscribing; encircling.
- ୬. (+ କର୍ତ୍ତୃ. ଅୟ) ଗଳରୋଗବିଶେଷ —୬. A kind of throat disease.
[ଦ୍ରଷ୍ଟବ୍ୟ —ଏହା ୧୮: ପ୍ରକାର ଗଳକଣ୍ଡ ରୋଗରୁ ଏକ ଅଟୋ; ଏଥିରେ କଫ ଯୋଗୁଁ ଗଳନାଳୀର ଗୋଟିଏ ଗଣ୍ଡି ହୋଇଯାଏ ଓ ଏହା ଅନ୍ନର ପଥ ରୋଧ କରେ; ଏହା ଅସାଧ୍ୟ—ହିନ୍ଦୀ - ଶ]
- ୭. ଶାଖା —୭. A branch.
- ୮. କଟିମେଖଳା —୮. The zone or girdle of a married woman.
- ୯. ଗୋଡ଼ି; କଙ୍କର (ହିନ୍ଦୀ - ଶ.) —୯. Pebble.