Jump to content

ବଶିଷ୍ଟ

ଉଇକିଅଭିଧାନ‌ରୁ

ବଶିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ଅବ+ଶାସ୍ ଧାତୁ+କର୍ତ୍ତୃ. ତ; ଯେ ଅନ୍ୟ ମୁନିମାନଙ୍କୁ ଶାସନ କରିଥିଲେ)

[ସମ୍ପାଦନା]

ବଶିଷ୍ଠ (ଦେଖ) - — Baṡishṭha (See)



ବଶିଷ୍ଟ

ଉଚ୍ଚାରଣ

[ସମ୍ପାଦନା]

(ବସିଷ୍ଟ—ଅନ୍ୟରୂପ)

ସଂସ୍କୃତ - ବି—(ବଶିନ୍ = ଯେ ବଶ କରେ+ଅତିୟାର୍ଥେ. ଇଷ୍ଠ)

[ସମ୍ପାଦନା]

ବ୍ରହ୍ମାଙ୍କ ମାନସ ପୁତ୍ର; ଋଗ୍ ବେଦର ବହୁସୂକ୍ତ ରଚିୟତା ମୁନି ବିଶେଷ; ଇକ୍ଷ୍ୱାକୁ ବା ସୂର୍ଯ୍ୟ ବଂଶର କୁଳଗୁରୁ ବା ପୁରୋହିତ —Name of a sage, the family priest of Rāmachandra.

[ଦ୍ରଷ୍ଟବ୍ୟ —ବେଦରେ ବିଶିଷ୍ଟ ମିତ୍ରା ବରୁଣଙ୍କ ପୁତ୍ର ଥିବାର ବର୍ଣ୍ଣିତ ହେଇଅଛି ଥରେ ଯଜ୍ଞ ସ୍ଥଳରେ ଉର୍ବଶୀଙ୍କୁ ଦେଖି ମିତ୍ରା— ବରୁଣ ଉଭୟଙ୍କର ରେତଃପାତ ହେଲା ଉକ୍ତ ରେତଃ ଯଜ୍ଞ କୁମ୍ଭରେ ରଖା ଗଲା ସେଥିରୁ ବିଶିଷ୍ଟ ଓ ଅଗସ୍ତ୍ୟ ଜାତ ହେଲେ ଋଗ୍ୱେଦରେ ବିଶିଷ୍ଟ ଗାନ୍ଧାରରାଜ ଦିବୋସଙ୍କ ପୌତ୍ର ଥିବାର ଉକ୍ତ ହୋଇଅଛି ପୁରାଣ ମାନଙ୍କରେ ବିଶିଷ୍ଟ ବ୍ରହ୍ମାଙ୍କ ମାନସ ପୁତ୍ର ଥିବାର ବର୍ଣ୍ଣିତ ହୋଇଅଛି ବିଶିଷ୍ଟ ଓ ରାଜା ନିମଙ୍କ ମଧ୍ୟରେ ଥରେ କଳି ହେବାରୁ, ଉଭୟ ଉଭୟଙ୍କୁ ଶାପ ଦେଲେ ସେହି ଶାପ— ଫଳରେ ବିଶିଷ୍ଟା ମିତ୍ରାବରୁଣଙ୍କ ବୀର୍ଯ୍ୟରୁ ପୁଣି ଥରେ ଜନ୍ମଗ୍ରହଣ କଲେ ବଶିଷ୍ଟଙ୍କ କାମଧେନୁ ଶବଳା ଯୋଗୁଁ ବିଶ୍ୱାମିତ୍ରଙ୍କ (ଯେ ପ୍ରଥମେ ଜଣେ ରାଜା ଥିଲେ ତାଙ୍କ)ର ଓ ବଶିଷ୍ଟଙ୍କର କଳି ହେଲା ବିଶ୍ୱାମିତ୍ରଙ୍କ ଶତ ପୁତ୍ର, ବଶିଷ୍ଟ ହୁଙ୍କାରଦ୍ୱାରା ଜଳାଇ ଦେଲେ ବିଶ୍ୱାମିତ୍ର ହାରିଯାଇ ବ୍ରାହ୍ମଣତ୍ୱ ପାଇବା ପାଇଁ ତପସ୍ୟା କଲେ ବଶିଷ୍ଟଙ୍କର ଅନେକ ପତ୍ନୀ ଥିଲେ କିନ୍ତୁ କର୍ଦ୍ଦମ ଋଷିଙ୍କ କନ୍ୟା ଅରୁନ୍ଧତୀ ତାଙ୍କର ପ୍ରୟତାମା ଥିଲେ ଅକ୍ଷମାଳା ନାମରେ ତାଙ୍କର ଆଉ ଏକ ସ୍ତ୍ରୀ ଥିଲେ ଋଗ୍ୱେଦରେ ସେ ଅନେକ ମନ୍ତ୍ରରେ ସ୍ରଷ୍ଟା ଅଟନ୍ତି ବଶିଷ୍ଟଙ୍କର ଶତପୁତ୍ର ଥିଲେ ସପ୍ତର୍ଷି ମଣ୍ଡଳର ଲାଞ୍ଜ ତାରାତ୍ରୟଙ୍କ ମଧ୍ୟରୁ ବଶିଷ୍ଟ ଏକତମ (ନକ୍ଷତ୍ର ତଳେ ନୋଟ୍ ଦେଖ) ଗୋଟିଏ ହିନ୍ଦୁସ୍ମୃତ୍ତି ବଶିଷ୍ଟ ସଂହିତା ବଶିଷ୍ଟଙ୍କ ସଙ୍କଳିତ ଥିବାର କଥିତ ଗୋଟିଏ ଜ୍ୟୋତିଷ ଗ୍ରନ୍ଥ (ବଶିଷ୍ଟ ସିଦ୍ଧାନ୍ତ) ମଧ୍ୟ ତାଙ୍କ ରଚିତ ଥିବାର କଥିତ ହିନ୍ଦୀ - ଶ.]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପ୍ରଧାନ ବ୍ୟକ୍ତି —Promient person.

ବଶିଷ୍ଟେ ଯେତେ ସ୍ଥିତି ସେ ହେଲେ ଦିଗଦନ୍ତୀ ତୁମ ମୟରେ ଲୁଚି ଜ୍ୟୋତି ସେ ଭଞ୍ଜ, ବେଦେହୀଶବିଳାଶ.

ବିଶେଷଣ -

[ସମ୍ପାଦନା]

ଉପବିଷ୍ଟ —Seated.

ବଶିଷ୍ଟ କୁମ୍ଭ ତହିଁ ବଶିଷ୍ଟ କୁମ୍ଭ ଯହିଁ ଶାତ କୁମ୍ଭରେ ତାଳେ ଜଳ ସେ ଭଞ୍ଜ, ବୈଦେହୀଶବିଳାନ