Jump to content

ବସୁଧାରା

ଉଇକିଅଭିଧାନ‌ରୁ

ବସୁଧାରା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବସୁ=ଧନ+ଧୃ ଧାତୁ=ଧାରଣ କରିବା+ଭାବ. ଅ+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଆଭ୍ୟୁଦୟିକ ବା ନାନ୍ଦୀମୁଖ ଶ୍ରାଦ୍ଧ ପୂର୍ବରୁ ଗୃହର କାନ୍ଥରେ ଘୃତର ସାତଗୋଟି ଧାରା ଦିଆଯାଇ ତାହାର ମୁଣ୍ଡରେ ଚନ୍ଦନ ଓ ସିନ୍ଦୂର ଟୋପା ମାରିବାରୂପ କୃତ୍ୟବିଶେଷ —୧. A ritual consisting of letting seven currents of ghee trickle down a wall and putting tips of sandal- paste and vermilion on the heads thereof.


[ଦ୍ରଷ୍ଟବ୍ୟ —ଏ କୃତ୍ୟରେ ରାଜା ବସୁଙ୍କ ଉଦ୍ଦେଶ୍ୟରେ ଘୃତର ୬ଟି ଧାର କାନ୍ଥରେ ଦିଆଯାଏ ପ୍ରଥମେ କାନ୍ଥରେ ଚନ୍ଦନଦ୍ୱାରା ୭ଟି ବିନ୍ଦୁ ଚିହ୍ନିତ କରାଯାଏ, ପରେ ବେଦମନ୍ତ୍ରପାଠପୂର୍ବକ ପାତ୍ରୀର ମୁଖକୁ କାନ୍ଥରେ ଲଗାଇ ତଳକୁ ଧାର ବୋହିଯିବା ଭାଳି ୭ଟି ଧାର ପାଖେ ପାଖେ ଲଗାଇ ଢାଳିବାକୁ ହୁଏ ]

୨. (୬ଷ୍ଠୀ ତତ୍; ବସୁ=ଜଳ+ଧାରା) ବୈଶାଖ ମାସରେ ପଣା— ସଂକ୍ରାନ୍ତି ଠାରୁ ଏକ ମାସ ପର୍ଯ୍ୟନ୍ତ ତୁଳସୀ ଗଛ ବା ଦେବତାଙ୍କ ଉପରେ ସଚ୍ଛିଦ୍ର ଜଳପୂର୍ଣ୍ଣ କଳସ ଝୁଲଇ ତାହାର ଛିଦ୍ର ବାଟେ ଜଳଧାର ବୋହିବାର ଯେଉଁ ବ୍ୟବସ୍ତା କରାଯାଏ — A mode of maintaining a dropping flow of water from a jug (with a hole at the bottom) over the Basil plant of a Deity during the summer month of 'B&aline;i̱ṡākha.'
୩. ଜୈନଙ୍କ ଦେବୀବିଶେଷ (ହିନ୍ଦୀ - ଶ) —୩. Name of a Goddess worshipped by the J&aline;i̱nas.

[ଦ୍ରଷ୍ଟବ୍ୟ —ଏହାଙ୍କର ଅନ୍ୟ ନାମ—ତାରା, ତାରିଣୀ, ନୀଳସରସ୍ୱତୀ, ମହାଶ୍ରୀ, ସ୍ୱାହା, ଶ୍ରୀ, ଜୟା, ଅନନ୍ତା, ଶିବା, ଭଦ୍ରା, ଶଙ୍ଖି, ଶଙ୍ଖିନୀ, ମହାତାରା, ତ୍ରଲୋଚନା—ହିନ୍ଦୀ - ଶ.]

୪. କୁବେରପୁରୀ; ଅଳକା (ହିନ୍ଦୀ - ଶ) —୪. Name of the capital of Kubera.
୫. ତୀର୍ଥବିଶେଷ (ହିନ୍ଦୀ - ଶ) — ୫. Name of a sacred place of the Hindus.
୬. ନଦୀବିଶେଷ (ହିନ୍ଦୀ - ଶ) —୬. Name of a river.