ବସ୍ତର
ଦେଖଣା
ବସ୍ତର
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ବସ୍ତ୍ର)
[ସମ୍ପାଦନା]ବସ୍ତ୍ର; ଲୁଗା — Cloth.
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଉତ୍କଳୀୟ ଗଡ଼ଜାତବିଶେଷ — Name of an Oriya State.
[ଦ୍ରଷ୍ଟବ୍ୟ —ଏହା ମଧ୍ୟପ୍ରଦେଶ ଉତ୍ତର ପଶ୍ଚିମର ଶେଷ କୋଣରେ ଅବସ୍ଥିତ ଏହାର ପୂର୍ବରେ ମାନ୍ଦ୍ରାଜ ପ୍ରଦେଶ, ଉତ୍ତରରେ ଛତିଶଗଡ଼, ଦକ୍ଷିଣରେ ହାଇଦ୍ରାବାଦ ଓ ପଶ୍ଚିମରେ ମଧ୍ୟପ୍ରଦେଶର ମୋଗଇବନ୍ଦି, ଏହି କଳାହାଣ୍ଡି, ଓ ଜୟପୁରକୁ ଲାଗିଛି ଏହାର ରାଜବଂଶ ଓଡ଼ିଆ ଦଳପତ ହେବ ମହାରାଜ ୨ ବର୍ଷ ତଳେ ଏ ରାଜ୍ୟ ବସାଇଥିଲେ ଏହାର ରାଜଧାନୀ ଜଗଦଳପୁର ବା ବସ୍ତର; ଏହା ଗୋଦାବରୀ ନଦୀର ଇନ୍ଦ୍ରାବତୀ ନାମକ ଗୋଟିଏ ଶାଖା ନଦୀର କୁଳରେ ଅବସ୍ଥିତ ଏ ରାଜ୍ୟର କ୍ଷେତ୍ରଫଳ ୧୩: ବର୍ଗମାଇଲ୍, ଏଥିମଧ୍ୟରୁ ଚାଷଜମି ୧ ବର୍ଗାମାଇଲ୍ ଓ ଲୋକସଂଖ୍ୟା ୪ ଲକ୍ଷ ଏହି ବସ୍ତର ରାଜ୍ୟ ଓ ଜୟପୁରର ପାହାଡ଼ମାନ ରାମାୟଣବର୍ଣ୍ଣିତ କିସ୍କିନ୍ଧ୍ୟାର ଅଂଶ ବୋଲି ଅନୁମାନ କରାଯାଏ ବସ୍ତର ପ୍ରାଚୀନ ଦଣ୍ଡକାରଣ୍ୟ ଏବଂ ତ୍ରେତାଯୁଗରେ ଅଗସ୍ତ୍ୟ ଋଷି ଏଠାରେ ବାସ କରୁଥିଲେ]