ବସ୍ତୀ
ଦେଖଣା
ବସ୍ତୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବସ୍ ଧାତୁ=ବାସ କରିବା, ଆଚ୍ଛାଦନ କରିବା+ ଅଧି+ତି+ଈ)
[ସମ୍ପାଦନା]- ୧. ନାଭିର ନିନ୍ମଦେଶ; ତଳିପେଟ — ୧. Abdomen; pelvis.
- ୨. (+କରଣ+ତି) ବସ୍ତ୍ରର ଦଶୀ —୨. The ends of a cloth.
- ୩. (+ଅଧି— କରଣ+ତି) ବସତି;ବାସ —୩. Residence.
- ୪. ଗ୍ରାମର ଡିହି —୪. Village site.
- ୫. ପଲ୍ଲୀ; ଗ୍ରାମ —୫. Village; hamlet.
- ୬. ନଗର —୬. Town.
- ୭. (+କର୍ମ. ତି) ମୂତ୍ରାଶୟ —୭. Bladder; kidney.
- ୮. (ଯୋଗର) ଏକପ୍ରକାର ସାଧନା; ବହିଃଶୋଧନରବିଶେଷ —
୮. A sort of external or bodily purification (in J̄oga).
- ୯. ପିଚାକାରୀ (ହିନ୍ଦୀ - ଶ.) — ୯. Syringe.
ଅନୁବାଦ
[ସମ୍ପାଦନା]ଦ. ବିଶେଷ୍ୟ -
[ସମ୍ପାଦନା]- ୧. ସାହି; ଏକଜାତୀୟ ଲୋକଙ୍କର ବାସସ୍ଥାନ — ୧. A hamlet consisting of several houses of people of the same class.
- ୨. ନିମ୍ନଶ୍ରେଣୀର ଓ ଅତି ଗରୀବ ବ୍ୟକ୍ତିମାନଙ୍କର ଘନବିନ୍ୟସ୍ତ ବାସଗୃହଚୟ — ୨. Slum.
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ଚାନ୍ଦନା ଜମି; ଘରବାଡ଼ି ରଇତି ଜମି —Village land; homestead holding.