ବହଳ
ଦେଖଣା
ବହଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବହଳ
|
ସଂସ୍କୃତ - ବିଶେଷଣ - (ବହ୍ ଧାତୁ=ବହନ କରିବା+କର୍ତ୍ତୃ. ଅଳ)
[ସମ୍ପାଦନା]- ୧. କଠିନ; ଦୃଢ; କଠୋର; ଟାଣ —୧. Hard; firm.
- ୨. ବହୁଳ; ବିପୁଳ —୨. Great; plentiful; copious; abundant.
- ୩. ଅନେକ —୩. Many.
- ୪. ମୋଟ —୪. Thick; tough.
ନୁହେଁ ବହଳ ଉପାନହ ଯୋଡ଼ି କଣ୍ଟାକେ କଟାକ୍ଷ ନ କରେ ଅଡ଼ି କବିସୂର୍ଯ୍ୟ କବିତାକଲ୍ଲେଳିନୀ
- ୫. ଘଞ୍ଚ; ସାନ୍ଦ୍ର; ଘନ —୫. Dense.
- ୬. ବହୁ ଲୋମଶ; ଝାମ୍ପୁଡ଼ା —୬. Shaggy (Apte).
- ୭. କଠୋର (ଶବ୍ଦ) — ୭. Harsh (sound).
ସଂସ୍କୃତ - ବିଶେଷ୍ୟ - (ବହ୍ ଧାତୁ+କର୍ତ୍ତୃ. ଅଲ; ତୁଳ. ଫା ବହର୍= ଜାହାଜ)
[ସମ୍ପାଦନା]- ୧. ନୌକା; ଜଳଯାନ; ଜାହାଜ —୧. Boat; vessel; ship.
- ୨. ଏକପ୍ରକାର ଆଖୁ —୨. A kind of sugarcane (Apte).
ଦେଶଜ - ବିଶେଷଣ -
[ସମ୍ପାଦନା]ନିର୍ଲଜ୍ଜ; ଦାମ୍ଭିକ —Shameless; thick skinned.
ଚୋରର ମହଁ ବହଳ—ଢଗ
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ବହୁଳତା) ଅଧିକ୍ୟ; ପ୍ରାଚୁର୍ଯ୍ୟ — ୧. Excess.
ଜଳ କହଳେ ସୃଷ୍ଟି ଶୂନ୍ୟ, ନାଶ ହୁଅନ୍ତି ସର୍ବଜନ ଚୀ. ନିର୍ଗୁଣମାହାତ୍ମ୍ୟ
- ୨. ବାହୁଲ୍ୟ ବଚନ; ଅନାବଶ୍ୟକ ବକ୍ୟ—ଅପଚିତ — ୨. Unnecessary waste of words.