ବହିର୍ଲିପି
ବହିର୍ଲିପି
ଉଚ୍ଚାରଣ
[ସମ୍ପାଦନା](ଅନ୍ତର୍ଲିପି—ବିପରୀତ)
(ବହିର୍ଲିପିକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ବହିଃ=ବାହାରେ ପ୍ରକଟିତ+ ଲିପି)
[ସମ୍ପାଦନା]ଶବ୍ଦାଳଙ୍କାର ବା ଚିତ୍ରରଚନାବିଶେଷ —A rhetorical composition in which the ୧st ୨nd or any other letters of the successive lines, when put one after the other, make out a meaning intended to be conveyed by the composer; a poetical composition in which the inten tion of the author becomes patent by putting a particular letter of each line; as opposed to Antarlipi in which the meaning is latent or lies hidden in the words which are got in answer to the questions put in the successive lines.
[ଦ୍ରଷ୍ଟବ୍ୟ —ବହିର୍ଲିପିରେ ପ୍ରତିପଦର ଆଦ୍ୟ, ମଧ୍ୟ. ଦ୍ୱିତୀୟ ବା ଶେଷ ଅକ୍ଷରମାନଙ୍କୁ ଯଥାକ୍ରମେ ଧାଡ଼ିମୂଳିଆ କରି ବସାଇଲେ ସେହି ଅକ୍ଷରମାନଙ୍କଦ୍ୱାରା ଯେଉଁ ବାକ୍ୟ ହେବ, ତହିଁରୁ ରଚକଙ୍କ ମନୋଭାବ ବ୍ୟକ୍ତ ହୁଏ ଅନ୍ତର୍ଲିପି ରଚନାରେ ପ୍ରତି ଧାଡ଼ିରେ ଥିବା ପ୍ରଶ୍ନର ଉତ୍ତର ବା ସମାଧାନରୂପେ ଯେଉଁ ପଦମାନ ବାହାରେ
ସେହି ପଦମାନଙ୍କ ଆଦ୍ୟ, ମଧ୍ୟ ବା ପ୍ରାନ୍ତ ଅକ୍ଷରମାନଙ୍କୁ ଧାଡ଼ିମୂଳିଆ କରି ବସାଇଲେ ରଚକଙ୍କ ମନୋଭାବ ବ୍ୟକ୍ତ ହୁଏ ଅନ୍ତର୍ଲିପିରେ ରଚକଙ୍କ ମନୋଭାବ ଅନ୍ତର୍ନିହିତ (latent) ଥାଏ, ବହିର୍ଲିପିରେ ଏହା ବହିର୍ନିହିତ ବା ପ୍ରକାଶିତ (patent or apparent) ଥାଏ
ବହିର୍ଲିପିର ଉଦାହରଣଃ ===
କେହି ନାରୀ ସଙ୍ଗରେ ରଙ୍ଗରେ ଉପପତି, ବସି ଭାଷି ରହେ କହେ ଏମନ୍ତ ଭାରତୀ—
- ୧. (କ) ର୍ଣ୍ଣ ସୁଖ ଦାୟିନୀ ! କେ ଆଦିତ୍ୟ ନନ୍ଦନ? (କର)
- ୨. (ର) ତି ଲାଳସି! କେ ସୁଖ କରଇ ବର୍ଦ୍ଧନ? (ରତି)
- ୩. (ହ) ରିଣ ନୟନା ! କେହୁ ସଂସାର ସର୍ଜଇ ? (ହରି)
- ୪. (ର) ହସ୍ୟ ବର୍ଦ୍ଧିନି! କାହିଁ ରସ ପ୍ରବର୍ତ୍ତଇ? (ରହଃ)
- ୫. (ସ) ଖି ! କେହୁ ଅଟଇ ନାରୀଙ୍କ ପ୍ରିୟତର? (ସଖୀ)
- ୬. (ମା) ନିନୀର କିସ ଛଡ଼ାଏ ନାଗରବଗ? (ମାନ)
- ୭. (ନ)ର ଇନ୍ଦ୍ରଜା! ବିଷ୍ଣୁର କେହୁ ଅବତାର? (ନର)
- ୮. (ଶ) ଶିହାସୀ ! କେ ଭୂଷଣ ମହାଦେବଙ୍କର? (ଶଶୀ)
ଅନ୍ତର୍ଲିପି ଆଦ୍ୟେ ବହିର୍ଲିପି ପ୍ରାନ୍ତେ ଭାଷା ବୁଝିଣ ସୁଦୟା କର ସରସିଜ ଦୃଶା! ବସୁକର୍ଣ୍ଣେ ଖ୍ୟାତ ବୋଲି ରମଣୀ ଭାଷିଲା ସ୍ନେହେ ମୃଦୂ ମୃଦୂ ହସି ଆଲିଙ୍ଗନ କଲା ପାଦାଦ୍ୟ ଦ୍ୱି ବର୍ଣ୍ଣ ବାମଭାଗରେ ପ୍ରକାଶ ଏଥୁଁ ବାହାରୁଛି 'କର ହରଷ ମାନସ' ଉପେନ୍ଦ୍ରଭଞ୍ଜ ଚିତ୍ରକାବ୍ୟବନ୍ଧୋଦୟ
ଏହା ବହିର୍ଲିପିରେ 'କର ହରଷ ମାନସ' ପ୍ରକଟିତ କରୁଛି ଏହା ମଧ୍ୟ ଅନ୍ତର୍ଲିପିରେ ସେହି ବାକ୍ୟ ପ୍ରତିପାଦନ କରୁଛି ୧ ଚିହ୍ନିତ ପଦରେ ନିହିତ ପ୍ରଶ୍ନର ଉତ୍ତର (କର); ଏହିପରି ପରବର୍ତ୍ତୀ ସାତ ପଦରେ ଥିବା ପ୍ରଶ୍ନର ଉତ୍ତର ପଦମାନଙ୍କକ ପ୍ରଥମ ଅକ୍ଷରମାନଙ୍କୁ ପଢ଼ିଳେ ମଧ୍ୟ 'କର ହରଷ ମାନସ' ବାକ୍ୟ ହେବ]